fbpx

ବିଜେଡି-ବିଜେପି ପରସ୍ପର ବନ୍ଧୁ: ଚେଲ୍ଲା କୁମାର

Advertisement

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନରସିଂହ ମିଶ୍ର, ଶିବାନନ୍ଦ ରାୟ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ଶ୍ରୀ କୁମାର କହିଛନ୍ତି ଯେ, ଉଭୟ ବିଜେଡି-ବିଜେପି ପରସ୍ପରର ବନ୍ଧୁ । ରାଜନୈତିକ ଉଦ୍ଦେଶ୍ୟ ରଖି ଦୁଇ ଦଳ ପରୀ ହତ୍ୟା ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି । ଏପରିକି ସ୍ଥାନୀୟ ମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ କୁମାର ସମାଲେଚନା କରିଥିଲେ ।

Get real time updates directly on you device, subscribe now.