fbpx

ବାପାଙ୍କ ଆର୍ଶୀବାଦରେ ଆଗେଇ ଚାଲିଛି ଝିଅ ; ଚତୁର୍ଥ ରାଉଣ୍ଡ ସୁଦ୍ଧା ଦିପାଳୀ ଆଗରେ..

ଭୁବନେଶ୍ୱର : ଝାରସୁଗୁଡା ଉପନର୍ବାଚନରେ ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ରାଉଣ୍ଡର ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଦିପାଳୀ ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ଦିପାଳୀ ଆଗରେ ରହିଛନ୍ତି ।

ପ୍ରଥମ, ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ଦିପାଳୀଙ୍କୁ ମୋଟ୍ ୨୩୬୧୫ ଖଣ୍ଡ ଭୋଟ୍ ମିଳିଛି । ସେହିଭଳି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି ମୋଟ୍ ୧୩୪୩୭ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୮୨୧ ଖଣ୍ଡ ଭୋଟ୍ ମିଳିଛି ।

ବିଜେପି ଓ ବିଜେଡି ମଧ୍ୟରେ ପ୍ରାୟ ୧୦ ହଜାର ଭୋଟର ବ୍ୟବଧାନ ରହିଛି । ୧୦ ହଜାର ଭୋଟରେ ବିଜେଡି ବିଜେପି ଠାରୁ ଆଗରେ ରହିଛି । ଚତୁର୍ଥ ରାଉଣ୍ଡ ଗଣତି ଶେଷ ହୋଇଥିଲେ ମଧ୍ୟ କଂଗ୍ରେସ ହଜାର ଉପରକୁ ଯାଇନାହିଁ । କଂଗ୍ରେସକୁ ହଜାର ମଧ୍ୟରେ ସନ୍ତୁଷ୍ଟ ହେବାକୁ ପହିଛି ।

ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା । ୨୭୦୬ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । ଚତୁର୍ଥ ରାଉଣ୍ଡ ଗଣତି ଶେଷ ହୋଇଥିଲେ ମଧ୍ୟ କଂଗ୍ରେସ ହଜାର ଉପରକୁ ଯାଇନାହିଁ । କଂଗ୍ରେସକୁ ହଜାର ମଧ୍ୟରେ ସନ୍ତୁଷ୍ଟ ହେବାକୁ ପହିଛି ।

Get real time updates directly on you device, subscribe now.