fbpx

ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ୨୨ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚନ୍ୟାୟାଳୟ ବା ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଚଳିତମାସ ୨୨ ତାରିଖରୁ ଆରମ୍ଭ ହେବ । ୨୦ ଓ ୨୧ ତାରିଖ ଦୁଇଦିନ ଛୁଟି ଥିବାରୁ ଅଦାଲତ କାର୍ଯ୍ୟ ବନ୍ଦ ରହିବ । ଆସନ୍ତା ଜୁନ୍‍ ୨୦ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମକାଳୀନ ଅବକାଶ ବଳବତ୍ତର ରହିବ ।

କେନ୍ଦ୍ରୀୟ ନ୍ୟାୟିକ ପ୍ରାଧିକରଣ-କ୍ୟାଟ୍‍ କଟକ ବେଞ୍ଚର ଗ୍ରୀଷ୍ମକାଳୀନ ଅବକାଶ ମଧ୍ୟ ୨୨ ତାରିଖରୁ ଆରମ୍ଭ ହୋଇ ଜୁନ୍‍ ୧୯ରେ ଶେଷ ହେବ । ତେବେ ଚଳିତମାସ ୨୩ ଓ ୩୧ ଏବଂ ଜୁନ୍‍ ୧୪ ତାରିଖରେ ଅବକାଶକାଳୀନ ଅଦାଲତରେ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯିବ । ଅନ୍ୟପକ୍ଷରେ କ୍ୟାଟ୍‍ଙ୍କ ରେଜିଷ୍ଟ୍ରି ଏହି ଅବଧି ମଧ୍ୟରେ ଦିନ ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ଆବେଦନ ଗ୍ରହଣ କରିବେ ।

Get real time updates directly on you device, subscribe now.