fbpx

କର୍ଣ୍ଣାଟକ ବିଧାନସଭା ଫଳାଫଳ: ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ, BJPକୁ ଲାଗିପାରେ ବଡ଼ ଝଟକା

ନୂଆଦିଲ୍ଲୀ: କର୍ଣ୍ଣାଟକର ୨୨୪ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନର ରେଜଲ୍ଟ ଉପରେ ସାରା ଦେଶର ନଜର ରହିଛି । ଆସନ୍ତା ଲୋକସଭା ନିର୍ବାଚନ, ଦକ୍ଷିଣ ଭାରତରେ ବିଜେପିର ରାଜନୈତିକ ସ୍ଥିତି ଓ କଂଗ୍ରେସର ଭବିଷ୍ୟତ ଏପରି ବିଭିନ୍ନ ପ୍ରସଙ୍ଗ ଦୃଷ୍ଟିରୁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏହା ମଧ୍ୟରେ ଆଜି ଭୋଟ ଗଣତି ଆରମ୍ଭ ହୋଇ ଯାଇଛି । ଦ୍ୱିପ୍ରହର ୧୨ଟା ସୁଦ୍ଧା ରାଜ୍ୟରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ତେବେ କଂଗ୍ରେସ ଏବେ ବହୁ ସିଟରେ ଆଗରେ ରହିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପଛରେ ପଡ଼ିଛି । କଂଗ୍ରେସ ୧୧୬ଟି ସିଟରେ ଆଗରେ ରହିଥିବା ବେଳେ ବିଜେପି ୭୬ଟି, ଜେଡିଏସ ୨୪ଟି ଓ ଅନ୍ୟ ଦଳମାନେ ୫ଟି ସିଟରେ ଆଗରେ ରହିଛନ୍ତି । ଆଜି ଭୋଟ ଗଣତି ଆରମ୍ଭରୁ ବିଜେପି-କଂଗ୍ରେସ ମଧ୍ୟରେ ହେଭି ଟକ୍କର ଦେଖିବାକୁ ମିଳିଥିଲା । ଆଉ ମାତ୍ର ୭ଟି ସିଟରେ ଆଗରେ ରହିଲେ କଂଗ୍ରେସର ବହୁମତ ଆଶା ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଥର କଂଗ୍ରେସ ବହୁମତ ହାସଲ କରିବାର ସମ୍ଭାବନା ରହିଛି । ପୂର୍ବରୁ ଏକାଧିକ ଏକଜିଟ ପୋଲ ତଥ୍ୟ କଂଗ୍ରେସ ସପକ୍ଷରେ ରହିଥିବା ବେଳେ ବିଜେପି ମଧ୍ୟ ଏହି ଆକଳନକୁ ଓଲଟାଇବା ପ୍ରୟାସରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଜେଡିଏସ କିଙ୍ଗମେକର ସାଜିବାର ସମ୍ଭାବନା ରହିଛି । ଯଦି ବିଜେପି ଓ କଂଗ୍ରେସ ମଧ୍ୟରେ ହେଭି ଟକ୍କର ହୁଏ ଆଉ କେହି ବହୁମତ ହାସଲ କରିନପାରନ୍ତି ତେବେ ଏଭଳି ସ୍ଥିତିରେ ଲାଭରେ ରହିବ ଜେଡିଏସ । ଜେଡିଏସ ଯେଉଁ ପଟକୁ ଢଳିବ ସିଏ ରାଜ୍ୟରେ ସରକାର ଗଠନ କରିବ ।

Get real time updates directly on you device, subscribe now.