fbpx

ସକାଳୁ ସଡକ ଦୁର୍ଘଟଣା ; ଦୁଇଟି ସ୍ଥାନରେ ୫ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟର ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ମୋଟ୍ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ପେଟ୍ରୋଲ ପମ୍ପ ଠାରେ ଦୁର୍ଘଟଣା ଘଟଛି । ଏଥିରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେହିପରି ଯାଜପୁର ବଡଚଣା ଥାନା କଡେଇ ଛକରେ ନିକଟରେ ଅନ୍ୟ ଏକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୃ ହୋଇଛି । ଦୁଇଟି ଦୁର୍ଘଟଣାରେ ୫ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନାହିଁ ।

Get real time updates directly on you device, subscribe now.