fbpx

IISER ବ୍ରହ୍ମପୁର ପକ୍ଷରୁ ନିଯୁକ୍ତି ବିଜ୍ଞାପନ: ଟେକ୍ନିକାଲ ଅଫିସର, ସୁପରିଟେଣ୍ଡେଣ୍ଟ ଓ ଅନୁବାଦକଙ୍କୁ ମିଳିବ ନିଯୁକ୍ତି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ବ୍ରହ୍ମପୁର ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଡେପୁଟି ରେଜିଷ୍ଟ୍ରାର, ଟେକ୍ନିକାଲ ଅଫିସର, ସୁପରିଟେଣ୍ଡେଣ୍ଟ, ଜୁନିୟର ସୁପରିଟେଣ୍ଡେଣ୍ଟ ଓ ଜୁନିୟର ଟ୍ରାନ୍ସଲେଟର ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଓ ଦରମା ହାର ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ଶିକ୍ଷାଗତ ଯୋଗ୍ୟତାର ମାର୍କ ଶିଟ, ସାର୍ଟିଫିକେଟ, ଅଭିଜ୍ଞତା ସାର୍ଟିଫିକେଟ, ଜାତି ପ୍ରମାଣପତ୍ର, ପରିଚୟପତ୍ର ପ୍ରମାଣପତ୍ରର ସେଲଫ ଆଟେଷ୍ଟେଡ କପିକୁ ଅପଲୋଡ୍ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଅଣ-ଫେରସ୍ତଯୋଗ୍ୟ ଫଣ୍ଡ ଜମା କରିବାକୁ ପଡ଼ିବ । ତେବେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ଓ ଟ୍ରାନ୍ସଜେଣ୍ଡର ବର୍ଗର ପ୍ରାର୍ଥୀଙ୍କୁ ଏଥିପାଇଁ ଛାଡ଼ କରାଯାଇଛି ।

ପ୍ରାର୍ଥୀଙ୍କର ଏକ ସଠିକ୍ ଓ ସକ୍ରିୟ ଇ-ମେଲ ଠିକଣା ରହିଥିବା ଆବଶ୍ୟକ । ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସେମାନଙ୍କର ଇ-ମେଲ ମାଧ୍ୟମରେ ହିଁ ପଠାଯିବ । ବିଭିନ୍ନ ପଦ ପାଇଁ ରିଜେକ୍ଟ ହୋଇଥିବା ପ୍ରାର୍ଥୀଙ୍କର ଏକ ଶର୍ଟଲିଷ୍ଟ ଅଫିସିଆଲ ୱେବସାଇଟରେ ଅପଲୋଡ୍ କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ୱେବସାଇଟ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । ଯୋଗ୍ୟତା ଆଧାରରେ କୌଣସି ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା / ଦକ୍ଷତା ପରୀକ୍ଷା / ସାକ୍ଷାତକାରକୁ ଡକାଯିବ ନାହିଁ । ଏଥିପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ କ୍ରାଇଟେରିଆ ନିର୍ଦ୍ଧାରଣ କରାଯିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.iiserbpr.ac.in/

ନୋଟିଫିକେସନ ଲିଙ୍କ: https://www.iiserbpr.ac.in/vacancies/AdvtIISERBPR_NT-01_2023.pdf

Get real time updates directly on you device, subscribe now.