fbpx

ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ , ଦିପାଳୀଙ୍କୁ ମିଳିଛି ୫୯୪୪ଟି ଭୋଟ୍

ଭୁବନେଶ୍ୱର :ଝାରସୁଗୁଡା ଉପନର୍ବାଚନର ଭୋଟ ଗଣତି ପ୍ରକ୍ରୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ପ୍ରକାଶ ପାଇଛି । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରୁ ପ୍ରଥମ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି । ଏଠାରେ ୩ଟି ଦଳ ମଧ୍ୟରେ ଘମାଘୋଟ୍ ଯୁଦ୍ଧ ଚାଲିଛି । ତିନୋଟି ଦଳ ମଧ୍ୟରେ ଭୋଟି ଗଣତିରେ ଅନେକ ବ୍ୟବଧାନ ରହିଛି । ପ୍ରଥମ ରାଉଣ୍ଡ ଫଳାଫଳ ଅନୁଯାୟୀ ବିଜେଡି ୫୯୪୪ ଭୋଟ ପାଇଥିବା ବେଳେ ବିଜେପିକୁ ୩୨୩୮ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସକୁ ୧୨୩ଟି ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ଆହୁରି ୧୮ଟି ରାଉଣ୍ଡ ବାକି ରହଛି ।

ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଛି । ୨୭୦୬ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ବିଜେଡି ଓ ବିଜେପି ମଧ୍ୟରେ ବ୍ୟବଧାନ ରହିଛି ୨୭୦୬ ଖଣ୍ଡ ଭୋଟ୍ ।

 

Get real time updates directly on you device, subscribe now.