ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବୀନ, କରିବେ ଡି-ଲିମିଟେଶନ୍ ବିଷୟରେ ଆଲୋଚନା
ବୈଠକରେ ସାମିଲ ହେବାକୁ ନବୀନ ଆଗ୍ରହୀ । ତାମିଲନାଡ଼ୁ ସାଂସାଦ, ମନ୍ତ୍ରୀ ନବୀନଙ୍କୁ କଲେ ନିମନ୍ତ୍ରଣ ।
ଭୁବନେଶ୍ୱର: ଡି-ଲିମିଟେଶନକୁ ବିରୋଧୀ ଦଳ ନେତା ନବୀନଙ୍କ ସମର୍ଥନ । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ନବୀନ । ଡି-ଲିମିଟେଶନକୁ ନେଇ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ଯାଉଛନ୍ତି ନବୀନ ପଟନାୟକ ।
ନିମନ୍ତ୍ରଣ ପତ୍ର: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାନିଲଙ୍କ ଦ୍ୱାରା ଚେନ୍ନାଇରେ ଏହାର ବୈଠକ ଅନୁଷ୍ଠିତ ହେବ । ଏ ନେଇ ଡିଏମକେ ଦଳ ଏମପି ଦୟାନିଧି ମାରନ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ନବୀନଙ୍କୁ ନିମନ୍ତ୍ରଣ ପତ୍ର ଦେଇ ସାକ୍ଷାତ୍ କରିଛନ୍ତି ।
ଦେଲେ ପତିଶ୍ରୁତି: ଏ ସଙ୍କ୍ରାନ୍ତରେ ନବୀନ ଖୁବଶୀଘ୍ର ଦଳୀୟ ମିଟିଙ୍ଗ ଡକେଇପାରନ୍ତି ବୋଲି କୁହାଯାଉଛି । ମିଡିଆକୁ ପ୍ରତିକ୍ରିୟା ଦେଇ ମାରନ କହିଛନ୍ତି, ଡିଲିମିଟେଶନ ଯୋଗୁ ୭ରୁ ଅଧିକ ରାଜ୍ୟ ପ୍ରଭାବିତ ହେବେ । ସେଗୁଡ଼ିକ ହେଲା, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଏବଂ ପଞ୍ଜାବ । ଏହାଦ୍ୱାରା ରାଜ୍ୟଗୁଡ଼ିକୁ ସେମାନଙ୍କ ଜନ ପ୍ରତିନିଧିଙ୍କୁ ହରାଇବା ସହ ଉତ୍ତରାଞ୍ଚଳ ରାଜ୍ୟ ସବୁ ଶକ୍ତିଶାଳୀ ହୋଇଯିବେ ।
ନିହାତି ଆସିବେ: ଏ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଆଲୋଚନା ହେବାର ଆବଶ୍ୟକତା ରହିଥିବା ମାରନ କହିଛନ୍ତି । ମାର୍ଚ୍ଚ ୨୨ରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ନବୀନ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା ମାରନ କହିଛନ୍ତି ।