fbpx

ମମିତା ମାମଲାରେ ଭକ୍ତ ଦାସଙ୍କୁ ଜବାବ ମାଗିଲା ବିଜେଡି , ଜାଣନ୍ତୁ କ’ଣ ପ୍ରମାଣ ଦେଲେ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଜବାବ ମାଗିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତଙ୍କ କହିବା ମୁତାବକ, ‘ଓଡ଼ିଶା କଂଗ୍ରେସ ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଅଛି । ଓଡ଼ିଶା କଂଗ୍ରେସ ହେଉଛି ରାଜ୍ୟ ବିଜେପିର ବି’ ଟିମ୍ । ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ସଭ୍ୟର ୨ ନଂରେ ଅଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି । ଏହା ସହିତ ମହାଲିଙ୍ଗ କଲେଜର ସଭାପତି ମଧ୍ୟ ଭକ୍ତଦାସଙ୍କ ପୁଅ କ୍ରାନ୍ତି ।’

ସାମ୍ବାଦିକ ସମ୍ମିଳନୀରେ ଏସର୍ମ୍ପକିତ କେତେକ ଦସ୍ତାବିଜ୍ ଦେଖାଇଛନ୍ତି ସସ୍ମିତ । ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସହ ଭକ୍ତ ଦାସ ଠିଆ ହୋଇଥିବା କିଛି ଫଟୋ ମଧ୍ୟ ସସ୍ମିତ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଏମପି ଲାଡ ଫଣ୍ଡରୁ କଲେଜକୁ ଟଙ୍କା ଦେଇଥିଲେ ଭକ୍ତ ଚରଣ ଦାସ । କଲେଜ ଉଦଘାଟନ ବେଳର ଫଳକରେ ମଧ୍ୟ ଭକ୍ତ ଦାସଙ୍କ ନାଁ ରହିଛି ।’ ଓଡ଼ିଶା କଂଗ୍ରେସ ଆମକୁ ପ୍ରଶ୍ନ ନପଚାରି ଭକ୍ତ ଦାସଙ୍କୁ ପଚାରନ୍ତୁ ବୋଲି ସସ୍ମିତ କହିଛନ୍ତି । ଯଦି ମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଇ ଭୁଲ ହୋଇଛି ତେବେ ଭକ୍ତ ବି ଯାଇଛନ୍ତି । ଏନେଇ ଭକ୍ତ ଦାସ ଉତ୍ତର ରଖନ୍ତୁ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.