fbpx

ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱର,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ବାଲେଶ୍ୱର ପୋଷ୍ଟାଲ ଭୋଟରେ ବିଜେପିଠାରୁ ୬୧୫ ଭୋଟ୍ ରେ ବିଜେଡି ଆଗୁଆ ରହିଛି । ମୋଟ ୭୧୮୪ ପୋଷ୍ଟାଲ ଭୋଟ୍ ଗଣତି ହୋଇଛି । ବିଜେଡିକୁ ୩୪୨୭ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୮୧୨ ଓ କଂଗ୍ରେସକୁ୯୦୦ ଭୋଟ୍ ମିଳିଛି ।

ଅନ୍ୟପଟେ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି-୩୮୫୨, ବିଜେପି-୨୭୭୪ ଭୋଟ, କଂଗ୍ରେସ-୪୪୨ ଓ ସିପିଆଇକୁ ୬୨ଟି ଭୋଟ ମିଳିଛି ।

Get real time updates directly on you device, subscribe now.