ପ୍ରୀତିରଞ୍ଜନଙ୍କ ବିରୋଧରେ ବିଜେଡି କରିଥିଲା ଷଡ଼ଯନ୍ତ୍ର! ସେ ଦିନ ସେ କାନ୍ଦିଥିଲେ, ସେଥିପାଇଁ ମୁଁ ସକ୍ରିୟ ରାଜନୀତିଠାରୁ ଦୂରରେ

ବର୍ଷିଲେ ପ୍ରଫୁଲ ଚନ୍ଦ୍ର ଘଡ଼େଇ । ଦଳୀୟ ଚକ୍ରାନ୍ତର ଶିକାର ହୋଇଛନ୍ତି ପ୍ରତିରଞ୍ଜନ ।

ଓଡ଼ିଶା ଭାସ୍କର: ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହାରିଛି ବିଜେଡି । ବିଜୁ ଜନତା ଦଳୀୟ ଟିକେଟ୍ ପାଇ ସୁକିନ୍ଦାରେ ଲଢ଼ିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡେଇ । ନିର୍ବାଚନର ପାଖାପାଖି ୮ ମାସ ପରେ ପ୍ରଫୁଲ ଖୋଲିଛନ୍ତି ମୁହଁ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ।

ପୀତି ରଞ୍ଜନଙ୍କୁ ଚକ୍ରାନ୍ତ କରି ସୁକିନ୍ଦା ପଠାଯାଇଥିଲା । ସେ କୋରେଇ ଛାଡ଼ି ଯିବାକୁ ଚାହୁଁ ନ ଥିଲେ । ସୁକିନ୍ଦା ପାଇଁ ନାମାଙ୍କନ ଭରିବାକୁ ଗଲାବେଳେ ପ୍ରୀତିଙ୍କ ଆଖିରୁ ଝର ଝର ଲୁହ ବୋହିପଡ଼ିଥିଲା । କୋରେଇବାସୀ ମଧ୍ୟ ପ୍ରୀତିରଞ୍ଜନଙ୍କପୁ ଛାଡ଼ିବାକୁ ନାରାଜ ଥିଲେ । ପ୍ରୀତିଙ୍କ ଲୁହ ଦେଖି ନିଜେ କାନ୍ଦି ପକାଇଥିବା କହିଛନ୍ତି ପ୍ରଫୁଲ ।

ମୁଁ କାନ୍ଦିଛି: ବନ୍ଧୁ, ପ୍ରୀୟଜନଙ୍କୁ ଛାଡ଼ି ସୁକିନ୍ଦା ଯାଇଛନ୍ତି ପ୍ରୀତିରଞ୍ଜନ । କରୋଇ ନିର୍ବାଚନମଣ୍ଡଳୀ କରଦା ହରିହାଟ ମହୋତ୍ସବ ମଞ୍ଚରେ ଭାଷଣ ଦେଇ ପ୍ରଫୁଲ କହିଛନ୍ତି, ଗର୍ବ, ଅହଂକାର ଜୀବନର ବଡ଼ ଶତୃ । ଅହଙ୍କାର ବହୁତ କ୍ଷତି କରେ । ଅହଙ୍କାରରେ ବ୍ୟକ୍ତି ନଷ୍ଟ ହୋଇଯାଏ । ଅହଙ୍କାରରେ ସରକାର ବି ଭାଙ୍ଗିଯାଏ ।

ପୁଅ ଦଳୀୟ ଚକ୍ରାନ୍ତର ଶିକାର ହେବା ପରେ ପ୍ରଫୁଲ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା କହିଛନ୍ତି । ବିଜେଡିର ନାଁ ନ ନେଇ ପ୍ରଫୁଲ୍ଳ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କିନ୍ତୁ ଏ ସମ୍ପର୍କରେ ବତ୍ତର୍ମାନ ସୁଦ୍ଧା ମୁହଁ ଖୋଲିନି ବିଜେଡି ।