fbpx
BSKY SKY
BSKY SKY

ବିଜେଡି ବିଧାୟକଙ୍କ ସେକ୍ସ ରାକେଟ! ତଦନ୍ତ କରିପାରେ କ୍ରାଇମ୍ ବ୍ରାଞ୍ଚ

BSKY

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବଢ଼ିବାରେ ଲାଗିଛି ଅଢ଼ୁଆ । ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟ ଚଲାଉଥିଲେ କି ନାହିଁ ତାର ଏବେ ତଦନ୍ତ ହେବ । ବିଧାୟକଙ୍କ ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟି ବିଜୟ ସେକ୍ସ ରାକେଟ ଚଳାଉଥିଲେ କି ନାହିଁ ତାକୁ ନେଇ ଏବେ ତଦନ୍ତ କରିବ ପୋଲିସ୍ । ଏହାକୁ ନେଇ ଏବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିପାରେ । ତେବେ ଏନେଇ ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମ୍ ବ୍ରାଞ୍ଚକୁ ଚିଠି ଲେଖିଛନ୍ତି ।

ତେବେ ଏଭଳି ସଂଘାତିକ ଅଭିଯୋଗ ଜଣେ ବିଧାୟକଙ୍କ ବିରୁଦ୍ଧରେ ଥିବାରୁ ଏହା ଏକ ସମ୍ବେଦନଶୀଳ ମାମଲା ବୋଲି ଅନୁଭବ କରିଥିଲେ ଏସ୍‌ପି । ସେଥିପାଇଁ ଏହାର ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍‌ପି ଚିଠି ଲେଖିଥିଲେ । ଯଦି ଦେଖିବା ଏଭଳି ଅଭିଯୋଗ ଆଉ କେହି ନୁହେଁ ଖୋଦ ବିଧାୟକଙ୍କର ପ୍ରେମିକା କରିଥିଲେ । ଗତ ମାସରେ ବିଧାୟକଙ୍କର ପ୍ରେମିକା ସୋମାଲିକା ଦାସ ଅଭିଯୋଗ କରିଥିଲେ । ସୋମଲିକାଙ୍କ ଅଭିଯୋଗ ପରେ ଜଗତସିଂହପୁର ପୋଲିସ୍ କେସ୍ ନମ୍ବର ୩୯୭/୨୦୨୨ରେ ଏକ ମାମଲା ରୁଜୁ କରିଥିଲା ।

ସେତେବେଳେ ଏଭଳି ଅଭିଯୋଗକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ବିଧାୟକଙ୍କ ଚର୍ଚ୍ଚା ଜୋର ଧରିଥିଲା । ତେବେ ପ୍ରେମିକା ସୋମାଲିକା ଚିଠିରେ ଲେଖିଥିଲେ କି ବିଜୟ ଶଙ୍କର ହେଉଛନ୍ତି ଜଣେ ବିଧାୟକ । ତାଙ୍କର ହାତ ବହୁତ ଲମ୍ବା । ସେଥିପାଇଁ ଏହି କେସକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.