ଓ୍ୱକଫ ବିଲ୍ ସପକ୍ଷରେ ମତ, ବିଜେପିରେ ମିଶିପାରନ୍ତି ବିଜେଡିର ସାଂସଦ ସସ୍ମିତ ପାତ୍ର!
ପୁଣି ଚର୍ଚ୍ଚାକୁ ଆସିଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ବିଜେପି ଲିଙ୍କରେ ଅଛନ୍ତି ସସ୍ମିତ୍! ବୋହୁତ ଶୀଘ୍ର ବିଜେପିରେ ମିଶିବା ନେଇ ଚର୍ଚ୍ଚା।
ଭୁବନେଶ୍ୱର: ସରିଛି ଓ୍ୱକଫ ବିଲ୍ ପାରିତ ପାଇଁ ଭୋଟ୍। ହେଲେ ଏହି ଓ୍କକଫ ବିଲ୍ ଏବେ ବିଜେଡିକୁ ଦୁଇଫାଳ କରିଦେଇଛି। ପ୍ରଥମେ ବିଜେଡି ଓ୍ୱକଫ ବିଲକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ, ପରେ ଏହାର ମତ ବଦଳାଇ ଭୋଟ୍ ଦେଇଛି।
ହେଲେ ଏହି ଭୋଟ ବିଜେଡିକୁ ଦୁଇ ଫାଳ କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଏହି ବିଲକୁ ବିଜେଡିର ୭ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ କିଛି ଜଣ ବିରୋଧରେ ଭୋଟ ଦେଇଥିବା ବେଳେ, ଆଉ କିଛି ସପକ୍ଷରେ ଭୋଟ ଦେଇଛନ୍ତି। ଏପରିକି କିଛି ସାଂସଦ ଜମାରୁ ବି ଭୋଟରେ ଅଂଶଗ୍ରହଣ କରିନାହାନ୍ତି।
ବିଜେଡି ଦୁଇଫାଳ: ଯାହାକୁ ନେଇ ଅନେକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଯଦି ଦେଖିବା ପାଖାପାଖି ୨ ମାସ ଧରି ନବୀନ ଓ୍ୱକଫ ବିଲକୁ ବିରୋଧ କରିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ବୋଲି ସ୍ପଷ୍ଟ କହୁଥିଲେ ବିଜେଡି ସାଂସଦ।
ହେଲେ ବିଲ୍ ପାଇଁ ଭୋଟିଂର ଗୋଟିଏ ଦିନ ପୂର୍ବରୁ ସବୁ ମତ ବଦଳିଗଲା। ଆଉ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଲେ ଓ୍ୱକଫ ବିଲକୁ ବିଜେଡି ବିରୋଧ କରିବ ନାହିଁ। ନିଜ ବିବେକ ଅନୁସାରେ ଭୋଟ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ଏଥିପାଇଁ ସମସ୍ତଙ୍କ ସହ ଆଲୋଚନା ହୋଇଛି।
ଆଉ ଆଜି ଓଡ଼ିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ହେଲେ ବିଜେଡିର ଅନ୍ୟଜଣେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ୍ୱକଫ ବିଲ୍ ବିରୋଧରେ ଭୋଟ ଦେଇଥିବା ବେଳେ, ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଜମାରୁ ବି ଭୋଟ ଦେଇନାହାନ୍ତି।
ଯାହାପରେ ସବୁଠି ଏବେ ଗୋଟିଏ ଚର୍ଚ୍ଚା। କି ବିଜେଡି ଏବେ ଦୁଇଫାଳ। ନବୀନଙ୍କ କଥାରେ ନାହାନ୍ତି ସାଂସଦ। ସେଥିପାଇଁ ହ୍ୱିଇପ୍ ଜାରି କଲାନି ବିଜେଡି। ଏମିତିକି ଏହି ଭୋଟ୍ ପରେ କୁହାଯାଉଛି କି, ବିଜେଡିର କିଛି ସାଂସଦ ବିଜେପି ଲିଙ୍କରେ ଅଛନ୍ତି। ଯେଉଁମାନେ କିଛି ଦିନ ମଧ୍ୟରେ ବିଜେପିରେ ମାଶିପାରନ୍ତି।
ବିଜେପିରେ ବିଜେଡି ସାଂସଦ: ତେବେ ଏମିତି ଚର୍ଚ୍ଚା ହେବା ବି ସ୍ୱାଭାବିକ୍। କାରଣ ଯେତେବେଳେ ବିଜେଡି ରାଜ୍ୟରେ କ୍ଷମତାକୁ ଆସିଲା, ସେତେବେଳେ ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ।
ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା କି ଆହୁରି ବିଜେଡି ସାଂସଦ ବିଜେପି ଲିଙ୍କରେ ଅଛନ୍ତି। ଯେଉଁମାନେ ଧିରେ ଧିରେ ବିଜେପିରେ ସାମିଲ ହେବେ। ଏପରିକି ସେତେବେଳେ ସିଧାସଳଖ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା।
ହେଲେ କିଛି ଦିନ ହେବ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା। ହେଲେ ଏବେ ବିଜେଡିର କିଛି ସାଂସଦ ଓ୍ୱକଫ ବିଲକୁ ବିରୋଧ କରି ଭୋଟ ଦେଇଥିବା ବେଳେ ବିଜେଡି ସାଂସଦ ସସ୍ମିତ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି।
ତେଣୁ ପୁଣିଥରେ ସେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛନ୍ତି। କି ସସ୍ମିତ ବିଜେପି ଲିଙ୍କରେ ଅଛନ୍ତି। ତେଣୁ ତାଙ୍କର ଭିନ୍ନ ମତ ଆସିଲା। ବିଜେଡି ସାଂସଦ ଏହି ବିଲକୁ ବିରୋଧ କରୁଥିବା ବେଳେ ସସ୍ମିତ ବିଲ୍ ସପକ୍ଷରେ ଭୋଟ ଦେବା, ଦର୍ଶାଉଛି କି ସାଧାରଣରେ ଯାହା ଚର୍ଚ୍ଚା ହେଉଥିଲା ତାହା ହୁଏତ ସତ ହୋଇପାରେ।