ଦୁଇ ଆଦିବାସୀ ମହିଳାଙ୍କୁ ବିଜେଡି ସଭାନେତ୍ରୀ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ
ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଭାବେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଚୟନ କରାଯାଇଥିବା ବେଳେ ସୁକାନ୍ତି ବୁରୁଦାଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ଜୋନାଲ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟ ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏନେଇ ଘୋଷଣା କରିଛନ୍ତି ।
ଲକ୍ଷ୍ମୀପ୍ରିୟା ନାୟକ ପୂର୍ବରୁ ମାଥିଲି ବ୍ଳକ ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଉ ଥିଲେ । ଗତ ନିର୍ବାଚନରେ ସେ ମାଥିଲି ଜିଲ୍ଲା ପରିଷଦ ଜୋନ୍ରୁ ଜିଲ୍ଲାପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ସେହିରି ସୁକାନ୍ତି ବୁରୁଦା ପୂର୍ବରୁ ମାଲକାନଗିରି ବ୍ଳକ ଚେୟାରମ୍ୟାନ ଓ ବିଜେଡିର ମାଲକାନଗିରି ଜିଲ୍ଲା ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଆଦିବାସୀ ଅଧୁଷିତ ମାଲାକନଗିରି ଜିଲ୍ଲାରୁ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉକ୍ତ ଦାୟିତ୍ୱ ପ୍ରଦାନ କରିଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।