ଅମର ଶତପଥୀଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର: ବିସ୍ଫୋରକ ବୟାନ ଦେଲେ ଲେନିନ୍

ଭୁବନେଶ୍ୱର: ନିର୍ବାଚନ ପରେ ଓଡ଼ିଶା ରାଜନୀତିରେ ଦଳବଦଳ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡ଼ିର ବରିଷ୍ଠ ନେତା ଅମର ଶତପଥୀ ସିଧାସଳଖ ବିଜେପି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ଯେତେବେଳେ ନବୀନ ପଟ୍ଟନାୟକ ବିଜୟର ଶ୍ରେୟ ନେଉଥିଲେ। ଏବେ ପରାଜୟର ବି ଦାୟିତ୍ବ ନିଅନ୍ତୁ। ସେ ଆହୁରି କହିଛନ୍ତି, ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ। ନବୀନ ଜବାବ ଦେବା ଦରକାର, ଆଜିର ଏସ୍ଥିତି କାହିଁକି?’

ଏହି ଘଟଣା ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିସ୍ଫୋରକ ବୟାନ ଅମର ଶତପଥୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଲେନିନ୍ କହିଛନ୍ତି ଯେ, ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ । ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି , ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି । ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ ।’

ଲେଳିନ ମହାନ୍ତିଙ୍କୁ ଜବାବ ଦେଇ ପୁଣି ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ଯେ, ‘ଦଳରେ ମୁଁ ବର୍ତ୍ତମାନ୍ ସଦସ୍ୟ ନାହିଁ । ନିର୍ବାଚନ ପୂର୍ବରୁ ବିଜେପି ସହ ଅନ୍ୟ ଦଳ ବି ଯୋଗାଯୋଗ କରିଥିିଲ କିନ୍ତୁ ପ୍ରାର୍ଥୀ ହୋଇନି । କିନ୍ତୁ ପରବର୍ତ୍ତୀ ନିଷ୍ପତ୍ତ ସମସ୍ତଙ୍କ ସହ ବିଚାର ବିମର୍ଶ କରି ନେବି । ବର୍ତ୍ତମାନ୍ ବିଜେଡିରେ ମୁଁ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ । ଦଳରେ ଯାହା ତ୍ରୁଟି ଥିଲା ଜଣାଇଥିଲି । ନିର୍ବାଚନ ପୂର୍ବରୁ ବିଜେଡି କୁ ଲୋକ ଚାହୁଁଥିଲେ କିନ୍ତୁ ଦଳର କିଛି କାର୍ଯକ୍ରମ ଗ୍ରହଣୀୟ ହେଲାନି । ଏହାକୁ ଗ୍ରହଣ ନ କରି ରାଜନୀତିକ ବୟାନବାଜି କଲେ କିଛି ସମସ୍ୟା ନାହିଁ । ଦଳର ନେତା ନିଷ୍ପତ୍ତି ନେବେ କାହାର ଆବଶ୍ୟକ ଅଛି କି ନାହିଁ ।ଲୋକ ସାର୍ଟିଫିକେଟ ଦେବେ । ବିଜେଡ଼ି ଗଠନରେ କଣ ଅବଦାନ ଅଛି ତାହା ନବାଗତ ନେତା ବୁଝିପାରିବେ ନାହଁ ।’

Get real time updates directly on you device, subscribe now.