fbpx
BSKY
BJD YOUTH SKY
BJD MS SKY

ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର,୧୮ ।୧(ଓଡିଶା ଭାସ୍କର); ଚାଷୀ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଧାନ ଉତ୍ପାଦନରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି ବୋଲି ବିଜେଡି କହିଛି ।

ତେବେ ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ଆଉ ୩୦ ଲକ୍ଷ ମେଟ୍ରିକ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରହିଛି । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏଯାଏଁ କେନ୍ଦ୍ର ୬ ହଜାର ୪୦ କୋଟି ଟଙ୍କା ଦେଇନାହିଁ । ବଳକା ଚାଉଳ ନକିଣିଲେ ୧୦ ହଜାର କୋଟି ଟଙ୍କାର ବୋଝ ପଡିବ । ଏମଏସପି ଲାଗୁ ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର । ଧାନର ଏମଏସପି ୨୯୩୦ ଟଙ୍କା କରିଥିଲୁ । ତାହାକୁ ଲାଗୁ ନକରି କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛି । କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ୍ୟ । ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟବସ୍ଥା ଦେଖି ବିଜେପି ବିଚଳିତ । ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି ରୋହିତ ପୂଜାରୀ ।

Get real time updates directly on you device, subscribe now.