CHARIDHAM

BREAKING: ନ୍ୟାୟ ପାଇଁ ବିଜେଡିର ବିରୋଧ ପ୍ରଦର୍ଶନ, ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ

ଲୋୟର ପିଏମଜିରେ ପ୍ରଥମ ବ୍ୟାରିକେଡ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଛନ୍ତି ବିଜେଡି କର୍ମୀ। ଆନ୍ଦୋଳନକାରୀ ଅର୍ଥାତ ବିଜେଡି କର୍ମୀଙ୍କୁ ଘଉଡ଼ାଇବାକୁ ପାଣି ମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ।

ଭୁବନେଶ୍ୱର: ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବଢ଼ୁଛି ରାଜନୀତି ତାତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ। ଲୋୟର ପିଏମଜିରେ ବିଜେଡିର ବିରୋଧ ପ୍ରଦର୍ଶନ କରୁଛି ।

ଆନ୍ଦୋଳନ ବେଳେ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ। ଲୋୟର ପିଏମଜିରେ ପ୍ରଥମ ବ୍ୟାରିକେଡ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଛନ୍ତି ବିଜେଡି କର୍ମୀ। ଆନ୍ଦୋଳନକାରୀ ଅର୍ଥାତ ବିଜେଡି କର୍ମୀଙ୍କୁ ଘଉଡ଼ାଇବାକୁ ପାଣି ମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ।

ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି କମିଶନରେଟ୍ ପୋଲିସ। ବିଜେଡିର ଶତାଧିକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ। ସେପଟେ ନ୍ୟାୟ ଦାବିରେ ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁୁ ଅଣ୍ଡାମାଡ଼ ଘଟଣାରେ ୪ଜଣ କଂଗ୍ରେସ ଛାତ୍ରକୁ ଗିରଫ କରିଛି ପୋଲିସ।