fbpx

‘୧ କୋଟି ଭୋଟ୍ ଦିଅ, ୭୦ ଟଙ୍କାରେ ମଦ ନିଅ’- ଏପରି ପ୍ରତିଶୃତି ଦେଲେ ବିଜେପି ଅଧ୍ୟକ୍ଷ, ଦେଖନ୍ତୁ ଭିଡ଼ିଓ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ଭେରାଜୁ ରାଜ୍ୟର ଲୋକମାନଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ସେ ଏପରି ଏକ ପ୍ରତିଶୃତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ଅଧ୍ୟକ୍ଷଙ୍କ ଏପରି ପ୍ରତିଶୃତି ତାଙ୍କୁ ବିବାଦ ମଧ୍ୟକୁ ଠେଲିଦେଇଛି ।

ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ଭେରାଜୁ ମଙ୍ଗଳବାର ଦିନ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଅଜବ ପ୍ରତିଶୃତି ଦେଇଛନ୍ତି । ବିଜେପିକୁ ଏକ କୋଟି ଭୋଟ୍ ବଦଳରେ ୭୦ ଟଙ୍କାରେ ମଦ ଦେବାକୁ ସେ କହିଛନ୍ତି । ତାଙ୍କ କହିବା ମୁତାବକ, ଭାରତୀୟ ଜନତା ପାର୍ଟି ବା ବିଜେପିକୁ ୧ କୋଟି ଭୋଟ୍ ଦିଅନ୍ତୁ । ଆମେ ଆପଣଙ୍କୁ ମାତ୍ର ୭୦ ଟଙ୍କାରେ ମଦ ଯୋଗାଇବୁ ।’

କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ, ‘ଯଦି ଆମ ପାଖରେ ଅଉ ଅଧିକ ଟଙ୍କା ବଞ୍ଚିଯାଏ, ତାହାଲେ ଆମେ ୫୦ ଟଙ୍କାରେ ମଦ ଯୋଗାଇବୁ ।’ଏହା ସହ ରାଜ୍ୟ ସରକାର ଖରାପ ମଦ ଯୋଗାଉଥିବା ସେ ଅଭିଯୋଗ କରିଛନ୍ତି ଓ କହିଛନ୍ତି ଯେ, ରାଜ୍ୟର ପ୍ରାୟ ୧ କୋଟି ଲୋକେ ଅଧିକ ମୂଲ୍ୟରେ ମଦ କିଣୁଛନ୍ତି । ୨୦୨୪ ନିର୍ବାଚନରେ ବିଜେପିକୁ ଭୋଟ ଦେଲେ ଶସ୍ତାରେ ମଦ ମିଳିବ ବୋଲି ସେ ଦାବି କରିଛନ୍ତି । ରାଜନୀତିରେ ମଦକୁ ନେଇ ଏପରି ପ୍ରତିଶୃତି ପରେ ବିଜେପି ଅଧ୍ୟକ୍ଷ ବିବାଦ ଘେରକୁ ଆସିଛନ୍ତି ।

Get real time updates directly on you device, subscribe now.