fbpx

BJP ଘୋଷଣା କଲା ନୂଆ ଟିମ୍: ୩୮ ଜଣ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନର ମହାଲଢ଼େଇ । ଏହାକୁ ନେଇ ବିରୋଧୀ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ରଣହୁଙ୍ଗାର ଆରମ୍ଭ କରିଦେଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟ ପଛରେ ପଡ଼ିନାହିଁ । ବିଜେପି ବିଭିନ୍ନ ରାଜ୍ୟରେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ସହିତ ସଂଗଠନକୁ ଅଧିକ ମଜବୁତ କରିବାରେ ଲାଗିପଡ଼ିଛି ।

ତେବେ ଏହା ମଧ୍ୟରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ଼ା ଏକ ନୂଆ ଟିମ୍ ଘୋଷଣା କରିଛନ୍ତି । ଏହି ଟିମରେ ମୋଟ ୩୮ ଜଣ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ନୂଆ ତାଲିକାରେ କେନ୍ଦ୍ରୀୟ ପଦାଧିକାରୀ, ୧୩ ଜଣ ଉପାଧ୍ୟକ୍ଷ, ୯ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହି ଲିଷ୍ଟରେ ବାଦି ସଞ୍ଜୟ କୁମାର ଓ ରାଧାମୋହନ ଅଗ୍ରୱାଲଙ୍କୁ ସାମିଲ କରାଯିବା ସହିତ ଉଭୟଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପକ୍ଷରେ ସିଟି ରବି ଓ ଡି. ପୁରନ୍ଦେଶ୍ୱରୀଙ୍କୁ ହଟାଇ ଦିଆଯାଇଛି ।

ନଡ୍ଡାଙ୍କ ନୂଆ ଟିମରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ଏଥିସହିତ ବସୁନ୍ଧରା ରାଜେ, ରମଣ ସିଂହ, ସରୋଜ ପାଣ୍ଡେୟ, ଲତା ଉସେଣ୍ଡୀ, ସୌଦାନ ସିଂହ, ଲକ୍ଷ୍ମୀକାନ୍ତ ବାଜପେୟୀ, ରେଖା ବର୍ମା, ତାରିକ ମଂସୁର, ଡିକେ ଅରୁଣା, ଏମ ଚୌବା ଓ ଅବଦୁଲା କୁଟ୍ଟୀଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ଅରୁଣ ସିଂହ, ରାଧାମୋହନ ଅଗ୍ରୱାଲ, କୈଲାଶ ବିଜୟବର୍ଗୀୟ, ଦୁଷ୍ୟନ୍ତ କୁମାର ଗୌତମ, ସୁନୀଲ ବଂଶଲ, ବିନୋଦ ତାବଡ଼େ, ତରୁଣ ଚୁଗ, ସଞ୍ଜୟ ବନ୍ଦୀ, ବିଏଲ ସନ୍ତୋଷଙ୍କୁ ନୂଆ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.