ବିଜେପିର ଘୋଷଣା: ଦୁଇ ଜଣ ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଚଳିତ ବର୍ଷ ସେମିଫାଇନାଲ ସ୍ୱରୂପ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ । ତେଣୁ ବିଜେପି ପ୍ରତି ରାଜ୍ୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହିତ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛି ।

ତେବେ ଏହା ମଧ୍ୟରେ ଦୁଇ ଜଣ ନେତାଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି । ଅଜୟ ଆଲୋକ ଓ ପ୍ରତ୍ୟୁଷ କଣ୍ଠଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ତେବେ ଏହା ମଧ୍ୟରେ ଦୁଇ ଜଣ ନେତାଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି । ଅଜୟ ଆଲୋକ ଓ ପ୍ରତ୍ୟୁଷ କଣ୍ଠଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ଗତ ଏପ୍ରିଲ ମାସରେ ଜେଡିୟୁ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ ଅଜୟ । ସେହିପରି ଦିଲ୍ଲୀ ନେତା ପ୍ରତ୍ୟୁଷ ଗତ ୨୦୧୭ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ଦୁଇ ନେତାଙ୍କ ନିଯୁକ୍ତି ନେଇ ଦଳ ପକ୍ଷରୁ ଏକ ଅଫିସିଆଲ ବିଜ୍ଞାପ୍ତି ଜାରି କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ସେମାନଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ତ୍ୱରିତ ଭାବେ ଲାଗୁ ହେବ ବୋଲି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି । ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଆରସିପି ସିଂହଙ୍କ ସହ ସମ୍ପର୍କ ରଖିବା କାରଣରୁ ରାଜନୈତିକ ଜୀବନ ଆରମ୍ଭ କରୁଥିବା ଅଜୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।