fbpx

୪ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

Advertisement

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ମହାରାଷ୍ଟ୍ରରେ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ହରିୟାଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ବିପ୍ଲବ ଦେବଙ୍କୁ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ କରାଯାଇଛି। ସେହିପରି ଝାଡ଼ଖଣ୍ଡର ଦାୟିତ୍ୱ ଶିବରାଜ ସିଂହଙ୍କୁ ଦିଆଯାଇଛି। ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏଠାରେ ସହ ପ୍ରଭାରୀ କରାଯାଇଛି। ଏବଂ ଜମ୍ମୁ-କଶ୍ମୀରର ଦାୟିତ୍ୱ ଜି କିଶନ ରେଡ୍ଡୀଙ୍କୁ ଦିଆଯାଇଛି।

ନିକଟରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନର ଫଳାଫଳ ଜୁନ୍ ୪ ତାରିଖରେ ଆସିଥିଲା। ଏହି ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏକୁ ବହୁମତ ମିଳିଛି । ଏଭଳି ସ୍ଥିତିରେ ବିଜେପି ଏବେ କ୍ଷମତାକୁ ଆସି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ ଓ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ବିଜେପି ୪ଟି ଯାକ ରାଜ୍ୟରେ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି।

ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡ଼କୁ ଶେଷ ହେଉଛି। ଏଭଳି ସ୍ଥିତିରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଅକ୍ଟୋବର କିମ୍ବା ଏହା ପୂର୍ବରୁ ବିଧାନସଭା ନିର୍ବାଚନ ହୋଇପାରେ। ସେହିପରି ଝାଡ଼ଖଣ୍ଡର କାର୍ଯ୍ୟକାଳ ୨୦୨୫ ଜାନୁଆରି ୫ତାରିଖରେ ଶେଷ ହେବାକୁ ଯାଉଛି। ଏଠାରେ ଶେଷ ଥର ପାଇଁ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଭଳି ସ୍ଥିତିରେ ୮୧ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ନଭେମ୍ବର-ଡିସେମ୍ବର କିମ୍ବା ତା’ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.