Breaking: କାହିଁକି ହାରିଗଲା ବିଜେଡି? ପ୍ରତିଷ୍ଠା ଦିବସରେ ମୁହଁ ଖୋଲିଲେ ନବୀନ, ଭାଜପା ମିଛ କହି..

ଭୁବନେଶ୍ବର: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିରୋଧୀ ଦଳ ଭାବେ ବିଜେଡି ଦିବସ ପାଳନ କରିଛି । ତେବେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ହାରିବାର କାରଣ କହିଛନ୍ତି । ଶାସକ ଦଳ ଉପରେ ବର୍ଷିଛନ୍ତି । କିଛି ନିନ୍ଦୁକ ଯେପରି କହିଥିଲେ ତାହାକୁ ମୁଁ ନିନ୍ଦା କରୁଛି ।  ଦୃଢତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ । ଲୋକଙ୍କ ହକ ପାଇଁ ଲଢିଆସିଛି ଆଗକୁ ବି ଲଢିବ ।  କାହିଁକି ନିର୍ବାଚନରେ ପରାଜୟ ବରଣ କରିଲା ସେନେଇ ଆଜି ନବୀନ ମୁହଁ ଖୋଲିଛନ୍ତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ଭାଜପା ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ୍ ଭୋଟ୍ ପାଇଛି । ଆମର ଭୁଲ ଆମେ ଭାଜପାର ମିଛକୁ କାଉଣ୍ଟର କରିଲୁ ନାହିଁ । ଜନତା ଜାଣି ସାରିଲେଣି ଯେ, ବିଜେପି ମିଛ କହି କ୍ଷମତାକୁ ଆସିଛି । କିନ୍ତୁ ଆମେ ହାରିନାହୁଁ କି ବିଶ୍ବାସ ମଧ୍ୟ ହରାଇ ନାହୁଁ ।” କହିରଖୁଛୁ କି, ୧୯୯୭ ଡିସେମ୍ବର ୨୬ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ଏନେଇ ନବୀନ କହିଛନ୍ତି, ସମସ୍ତେ କହିଥିଲେ ଏହି ଦଳ ବଞ୍ଚିବ ନାହିଁ । କିନ୍ତୁ 5 ଥର ନିର୍ବାଚନ ଜିଣି ଶାସନ କରିପାରିଛୁ ।