fbpx

ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି

Advertisement

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି । କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂ, ଅମିତ ଶାହା, ନୀତିନ୍ ଗଡକରୀ, ପୀୟୁଷ ଗୋୟଲ ସାମିଲ ରହିଛନ୍ତି । ସେହିପରି ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ରହିଛନ୍ତି । ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ବୈଜୟନ୍ତ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ପୁର୍ନବାର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ଅପରାଜିତାଙ୍କ ସହ ସମ୍ବିତ୍ ପାତ୍ରଙ୍କୁ ଜାତୀୟ ମୁଖପାତ୍ର ଭାବରେ ପୁନଃ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.