fbpx

(VIDEO)ଲୋକସଭା ନିର୍ବାଚନ ୨୦୨୪ ; ବିଜେପି ଜାରି କଲା ଏହାର ଥିମ୍ ସଙ୍ଗ ଭିଡିଓ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ପୁରା ନିର୍ବାଚନ ମୋଡ୍‌ରେ ଆସିଯାଇଛି । ଦଳର ଥିମ୍ ସଙ୍ଗ ୧୮ ଫେବୃୟାରୀ ରବିବାର ଜାରି ହୋଇଛି । ଏହି ୬ ମିନିଟ୍‌ର ଭିଡିଓରେ ମୋଦୀ ସରକାରଙ୍କ ଉପଲବ୍ଧି ସାମିଲ ହୋଇଛି । ବିଜେପିର ଥିମ୍ ସଙ୍ଗ୍‌କୁ ପାର୍ଟିର ଅଧିକାରୀକ ଟୁଇଟର(ଏକ୍ସ) ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏହି ଥିମ୍ ସଙ୍ଗ୍‌ର ଟାଇଟେଲ ରହିଛି ‘ଏକ ବାର୍ ଫିର୍ ମୋଦୀ ସରକାର’ । ଏହି ୬ ମିନିଟ୍‌ର ଭିଡିଓରେ ଅଧିକ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେହେରା ଉପରେ ହିଁ ଫୋକସ୍ କରାଯାଇଛି ।

ବିଜେପିର ଏହି ଥିମ୍ ସଙ୍ଗ୍‌ରେ ବଡ ବାର୍ତ୍ତା ରହିଛି କି ଆଗାମୀ ଲୋକସଭା ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଓ ଚେହେରାକୁ ସାମ୍ନାରେ ରଖି ହିଁ ଲଢିବ । ଭିଡିଓରେ ମଝିରେ ମଝିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ଦେଶକୁ ମିଳିଥିବା ବଡ ଉପଲବ୍ଧିର ଝଲକ ବି ସାମିଲ କରାଯାଇଛି । ମୋଦୀ ସରକାରଙ୍କ କାର୍ଯ୍ୟକାଳକୁ ଏହି ଭିଡିଓରେ ବେଶ୍ ଭଲ ଭାବରେ ଦେଖାଯାଇଛି । ଗୀତ ମଧ୍ୟ ବେଶ୍ ସୁମଧୁର ରହିଛି ।

ତେବେ ଲୋକସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ବିଜେପି ଜାନୁୟାରୀରେ ମଧ୍ୟ ଏହାର ଏକ ଥିମ୍ ସଙ୍ଗ ଲଞ୍ଚ କରିଥିଲା । ଏହା ୨୫ ଜାନୁୟାରୀ ୨୦୨୪ରେ ଲଞ୍ଚ କରାଯାଇଥିଲା । ଏହି ଥିମ୍ ସଙ୍ଗର ଶୀର୍ଷକ ଥିଲା ସପ୍‌ନେ ନେହିଁ, ହକିକତ୍ ବୁନତେ ହେଁ, ତଭି ତୋ ସବ୍ ମୋଦୀ କୋ ଚୁନତେ ହେଁ’ ।

Get real time updates directly on you device, subscribe now.