fbpx
BJD
BJD SKY
BJD SKY

(Video) ବିବାହ ପାଇଁ ଗୋଆରେ ପହଞ୍ଚିଲେ ରାକୁଲ ପ୍ରୀତ ଏବଂ ଜ୍ୟାକୀ ଭଗନାନୀ, ପରିବାର ସହ ଏୟାରପୋର୍ଟରେ ସ୍ପଟ ହେଲେ ଏହି ବର-ବଧୂ

ନୂଆଦିଲ୍ଲୀ: ରାକୁଲ ପ୍ରୀତ ସିଂହ ଏବଂ ଜ୍ୟାକୀ ଭଗନାନୀ କିଛିଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ୨୧ ଫେବୃଆରୀ ଦିନ ବଲିଉଡର ଏହି କପଲଙ୍କର ବିବାହ ହେବ । ଯେଉଁଥିରେ ତାଙ୍କ ପରିବାର ବ୍ୟତୀତ କିଛି ସାଙ୍ଗ ଯୋଗ ଦେବେ । ବର୍ତ୍ତମାନ ଏହି କପଲ ଡେଷ୍ଟିନେସନ ୱେଡିଙ୍ଗ ପାଇଁ ଗୋଆରେ ପହଁଚିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏହି ଦୁଇ ଷ୍ଟାର ନିଜ ଫ୍ୟାମିଲି ସହ ଗୋଆ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଏହି ସମୟରେ ରାକୁଲ ଅରେଞ୍ଜ କଲରର କୋର୍ଡ-ସେଟରେ ନଜର ଆସିଛନ୍ତି । ସେହିପରି ଜ୍ୟାକୀ ପ୍ରିଣ୍ଟେଡ ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟ ପିନ୍ଧିଥିବା ଦେଖାଦେଇଛି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏମାନଙ୍କ ବିବାହକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି । ଭିଡିଓରେ କମେଣ୍ଟସର ସୁଅ ଛୁଟିଛି ।

ରାକୁଲ ଏବଂ ଜ୍ୟାକୀ ଗୋଆର ସମୁଦ୍ର କୂଳରେ ସାତ ଘେରା ନେବେ । ଏଥିସହ ଏମାନେ ଇକୋଫ୍ରେଣ୍ଡଲୀ ୱେଡିଙ୍ଗ କରିବେ । ଏହି କପଲ ବିବାହର କାର୍ଡ ମଧ୍ୟ ଛପାଇନାହାନ୍ତି । ରାକୁଲ ପ୍ରୀତ ଏବଂ ଜ୍ୟାକୀ ଭଗନାନୀ ବିବାହ ଦିନ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.