fbpx

‘ରଙ୍ଗୀନ ଧାନ’ କୋରାପୁଟକୁ ଦେବ ନୂତନ ପରିଚୟ, ଗବେଷଣାରୁ ପ୍ରକାଶ

ଓଡ଼ିଶା ଭାସ୍କର: ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ବର୍ତ୍ତମାନ ରଙ୍ଗିନ ଧାନ ଜିଲ୍ଲାକୁ ଦେବ ନୂତନ ପରିଚୟ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୁଷ୍ଟିକର ହେବ ବୋଲି ଗବେଷଣାରୁ ଜଣାପଡ଼ିଛି । ଏହି ବିରଳ ଧାନ ଚାଷ ଚାଷୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବ ବୋଲି ମତ ପ୍ରକାଶ କରିଛନ୍ତି ଗବେଷକ ।

କୋରାପୁଟର ଜନଜାତିମାନେ ଚାଷକରୁଥିବା ପାରମ୍ପରିକ ଧନ ମଧ୍ୟରୁ କଳାଚୁଡ଼ି, କାନ୍ଦୁଲକାଠି ଓ ବେଡ଼ାଧାନ ଭଳି 8ଟି ଅଧିକ ପୃଷ୍ଟିକର ପ୍ରଜାତି ଚିହ୍ନଟ ହୋଇଛି । ଏହାକୁ ଚିହ୍ନଟ କରିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୃଷ୍ଟିକର ବୋଲି ଗବେଷଣାରୁ ଜଣାପଡ଼ିଛି । ଏଥିରେ ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ ଓ ମିନେରାଲ୍ସ ଭରପୁର ରହିଛି । ଏହାର ଗୁଣାତ୍ମକମାନ ହାଇବ୍ରିଡ ଭେରାଇଟି ଠାରୁ ଅଧିକ । ଆଦିମ ଜନଜାତି ଚାଷ କରୁଥିବା ଦେଶୀ ଧାନର ଗୁଣାତ୍ମକମାନକୁ ନେଇ ହୋଇଥିଲା ଗବେଷଣା । ଯାହାକି ଗତ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଏହି ସଫଳ ଗବେଷଣା ପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ସଂରକ୍ଷଣ ବିଭାଗର ମୁଖ୍ୟ ପ୍ରଫେସର ଶରତ କୁମାର ପାଲିତା ସେମାନଙ୍କୁ ପ୍ରଶଂସା କରିଛନ୍ତି । କଳା ଧାନର ଚାରା, ଧାନ, ଚାଉଳ ଓ ଏପରିକି ଭାତ କଳା ରଙ୍ଗର ହୋଇଥିବା ଯୋଗୁଁ ଚାଷୀଙ୍କ ଭିତରେ କୌତୁହଳ ସୃଷ୍ଟି ହୋଇଛି । ଏହାକୁ ନେଇ ଆହୁରି ଗବେଷଣା କରାଯିବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

 

Get real time updates directly on you device, subscribe now.