fbpx
BSKY SKY
BSKY SKY

ମୃତ୍ୟୁ ମୁଖରୁ ବର୍ତ୍ତିଲେ ରଶ୍ମିକା, ଜରୁରୀକାଳୀନ ଅବତରଣ କଲା ଫ୍ଲାଇଟ୍

BSKY

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସୋସିଆଲ ମିଡ଼ିଆରେ ସେ ସବୁବେଳେ ଆକ୍ଟିଭ୍ ରୁହନ୍ତି । ନିକଟରେ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଯେଉଁଥିପାଇଁ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏନେଇ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଶ୍ରଦ୍ଧା ଦାସଙ୍କ ସହ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘କେବଳ ଆପଣଙ୍କ ସୂଚନା ପାଇଁ, ଏହିପରି ଆମେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛୁ ।’

ସୂଚନାରୁ ପ୍ରକାଶ ରଶ୍ମିକା ମନ୍ଦାନା ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ମଝି ରାସ୍ତାରେ ତାଙ୍କ ଫ୍ଲାଇଟ୍ରେ ଯାନ୍ତ୍ରିକ ତୃଟି କାରଣରୁ ବିମାନକୁ ୩୦ ମିନିଟ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଏହା ପରେ ବିମାନଟି ମୁମ୍ବାଇ ଫେରିଗଲା । ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ଖବର ପରେ ତାଙ୍କ ରଶ୍ମିକାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.