ରତ୍ନାକର ସାହୁଙ୍କୁ ବିଧା-ଗୋଇଠା ଘଟଣା: ଡିିସିପି ଅଫିସରେ ଜଗନ୍ନାଥ ପ୍ରଧାନ, ବାଣୀବିହାରରେ ରାସ୍ତା ରୋକ୍ କଲେ ଜଗାଙ୍କ ସମର୍ଥକ
ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି କହିଲେ ଜଗନ୍ନାଥ ପ୍ରଧାନ ।
ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା । ଆଜି ଡିସିପି ଅଫିସରେ ପହଞ୍ଚିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ ।
ବର୍ତ୍ତମାନ ପୋଲିସ ସହିତ ଜଗନ୍ନାଥ ପ୍ରଧାନ ଥାନାରେ ଆଲୋଚନା କରୁଥିବା ବେଳେ ତାଙ୍କ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡିସିପି ଅଫିସ ସାମ୍ନା ମୁଖ୍ୟରାସ୍ତାରେ ଧାରଣା ଦେଲେ ସମର୍ଥକ । ଏନେଇ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ ଜିସିପି ଅଫିସରେ ପହଞ୍ଚିବା ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ । କିନ୍ତୁ ମୋତେ ଦୋଷୀ ସଜାଇ ମୋ ନାଁରେ ଖରାପ ପ୍ରଚାର କରାଯାଉଛି ।
ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ନହେଉ । ଆଗକୁ ବାହୁଡ଼ା ଯାତ୍ରା ଆସୁଥିବା ବେଳେ ସେଥିରେ କୌଣସି ସମସ୍ୟା ଯେପରି ନହେଉ ଏବଂ ସରକାର ଏଥିପାଇଁଁ ଯେପରି ଦାୟୀ ନରୁହନ୍ତୁ ସେଥିପାଇଁ ମୁଁଁ ଆଜି ଥାନାକୁ ଆସିଛି ।
ମୋର ଓ ମୋ ଦଳର କୌଣସି ସଂପୃକ୍ତ ନାହିଁ । ସରକାରଙ୍କୁ ବଦନାମ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । ମୋର ଗିରଫଦାରୀ ଯଦି ସମସ୍ୟାର ସମାଧାନ ହୁଏ ତେବେ ସମସ୍ତ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି । ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି ମଧ୍ୟ କହିଛନ୍ତି ।