fbpx

ଗୋମାଂସ ଖାଇବା ଆମର ଅଭ୍ୟାସ ଏବଂ ସଂସ୍କୃତି; ବିଜେପି ରାଜ୍ୟ ସଭାପତିଙ୍କ ବୟାନ ପରେ ତାତିଲା ରାଜନୀତି

Advertisement

ନୂଆଦିଲ୍ଲୀ: ମେଘାଳୟରେ ନିର୍ବାଚନ ପ୍ରଚାର ଚାଲିଛି। ଯାହା ପାଇଁ ଏବେ ମେଘାଳୟର ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ୨୭ ଫେବୃଆରୀରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଅର୍ନେଷ୍ଟ ମୱାରୀଙ୍କ ବିବୃତ୍ତି ତାପମାତ୍ରାକୁ ଆହୁରି ଗରମ କରିଛନ୍ତି । ନିର୍ବାଚନ ପୂର୍ବରୁ ମୱାରୀ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି ଯେ ବିଜେପିରେ ଗୋମାଂସ ଖାଇବାକୁ କୌଣସି ପ୍ରତିବନ୍ଧକ ନାହିଁ।

ଇଣ୍ଡିଆ ଟୁଡେ କୁ ଦେଇଥିବା ଏକ ସାକ୍ଷାତକାରରେ ମୱାରୀ କହିଛନ୍ତି ଯେ ବିଜେପିରେ ଗୋମାଂସ ଖାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ସେ କହିଛନ୍ତି ଯେ ସେ ନିଜେ ଗୋମାଂସ ଖାଉଛନ୍ତି ଏବଂ ଏଥିରେ କାହାରି କିଛି ଅସୁବିଧା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଭିତରେ ଏହାକୁ ନେଇ କୌଣସି ଅସୁବିଧା ନାହିଁ। ଦଳ କୌଣସି ଜାତି, ଧର୍ମକୁ ବିରୋଧ କରେ ନାହିଁ। ଆମେ ଯାହା ଚାହିଁବା ଖାଇ ପାରିବା, ଏହା ଆମର ଖାଇବା ଅଭ୍ୟାସରେ ଅନ୍ତର୍ଭୁକ୍ତ । କୌଣସି ରାଜନୈତିକ ଦଳର ଏଥିରେ କାହିଁକି ଅସୁବିଧା ହେବ?

ଯେତେବେଳେ ମୱାରୀଙ୍କୁ ପଚରାଗଲା ଯେ ହିନ୍ଦୁ ଧର୍ମରେ ଗାଈ କୁ ପବିତ୍ର ବୋଲି ବିବେଚନା କରାଯାଏ। ଏହା ଉପରେ ସେ କହିଥିଲେ ଯେ ସେ ତାଙ୍କର ଖାଦ୍ୟ ଅଭ୍ୟାସ ଅନୁସରଣ କରନ୍ତି। ଏବଂ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ, ଆମେ ଏ ବିଷୟରେ କୌଣସି ନିର୍ଦ୍ଦେଶ ପାଇ ନାହୁଁ। ସେ କହିଛନ୍ତି ଯେ ମେଘାଳୟର ସମସ୍ତେ ଗୋମାଂସ ଖାଉଛନ୍ତି ଏବଂ ରାଜ୍ୟରେ ଏଥିରେ କୌଣସି ପ୍ରତିବନ୍ଧକ ନାହିଁ।

ମୱାରୀ ଆହୁରି କହିଛନ୍ତି ଯେ ଏହା ଆମର ଅଭ୍ୟାସ ଏବଂ ସଂସ୍କୃତି । ଗୋମାଂସ ସହ ଜଡିତ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ବ୍ୟତୀତ ସେ ଆଗାମୀ ବିଧାନସଭା ନିର୍ବାଚନରେ ​​ବିଜେପିର ଅନ୍ୟ ପ୍ରସ୍ତୁତି ବିଷୟରେ ମଧ୍ୟ ବାଖ୍ୟା କରିଥିଲେ । ସେ କହିଛନ୍ତି ଯେ ଦଳ ରାଜ୍ୟର ସମସ୍ତ ୬୦ଟି ଆସନରେ ପ୍ରାର୍ଥୀ ଦେବ। ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ମେଘାଳୟରେ ଏନପିପି ଏବଂ ୟୁଡିପି ସହ କଡ଼ା ସଂଘର୍ଷ ହେବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.