fbpx

Big Breaking; କଟକ ବଡ଼ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦେବ: ଜେଲରେ ଅସୁସ୍ଥ ହେଲେ ବିଜେପି ବିଧାୟକ ପ୍ରାର୍ଥୀ

କଟକ: ଜେଲ ଭିତରେ ଅସୁସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରାର୍ଥୀ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦେବ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଜେଲରେ ଥିବା ବେଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲରୁ ଏସସିବି ଆଣି ଭର୍ତ୍ତିକ କରିଛନ୍ତି ଜେଲ୍ କର୍ମଚାରୀ ନ୍ୱର୍ତ୍ତମାନ ମେଡିସିନ୍ ୱାର୍ଡ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ କାଉଁରୀପାଟଣା ବୁଥ ଗଣ୍ଡଗୋଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ମାମଲା ଏବେ ଓଡ଼ିଶା ରାଜନୀତିକୁ ସରଗରମ କରିଥିବା ବେଳେ ବିଜେଡି ବିଜେପି ମଧ୍ୟରେ ରାଜନୀତି ଯୁଦ୍ଧ ଆହୁରି ବଢିଯାଇଛି ।

Get real time updates directly on you device, subscribe now.