fbpx

ହରିୟାଣା: ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୫୧କୁ ବୃଦ୍ଧି ପାଇବ, ୩ ସ୍ୱାଧିନ ବିଧାୟକ ଧରିବେ ପଦ୍ମ!

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ବିଜୟ ସହ ବିଜେପି ହ୍ୟାଟ୍ରିକ୍ କରିଛି । ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୪୮ଟି ଆସନ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ୩୭ଟି ଆସନରେସୀମିତ ରହିଯାଇଥିଲା । ଖୁବଶୀଘ୍ର ରାଜ୍ୟରେ ନୂଆ ସରକାର ଗଠନ ହେବା ସହ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଗତ ସରକାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ରହିଥିବା ବେଳେ ଏବେ ତାଙ୍କୁ ରିପିଟ୍ କରାଯିବ ନା ଜଣେ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯିବ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ହରିୟାଣା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ନ ପୂରୁଣୁ ବିଜେପି ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟରେ ପୁଣି ବଢ଼ିବ ବିଜେପିର ଶକ୍ତି । ୩ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏପରିକି ଏହି ତିନି ଜଣ ବିଧାୟକ ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବେ ବୋଲି ଶୁଣାଯାଉଛି । ଯଦି ଏହି ତିନିଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହୁଅନ୍ତି ତେବେ ରାଜ୍ୟ ବିଧାନସଭାରେ ବିଜେପିରେ ମୋଟ ବିଧାୟକ ସଂଖ୍ୟା ୫୧ରେ ପହଞ୍ଚିଯିବ ।

Get real time updates directly on you device, subscribe now.