fbpx
BSKY
BJD SHG SKY
BJD MC SKY

ବିଜେପି ସାଂସଦଙ୍କ ବାସ୍କେଟବଲ ଖେଳ, ଭିଡିଓ ଭାଇରାଲ: ଏମିତି ଲେଖିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବାସ୍କେଟବଲ ଖେଳୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସବୁବେଳେ ହ୍ୱିଲ ଚେୟାରର ସାହାର ନେଉଥିବା ସାଧ୍ୱୀ ପ୍ରଜ୍ଞା ବାସ୍କେଟବଲ ମଇଦାନରେ ବାସ୍କେଟବଲ ଖେଳୁଛନ୍ତି ।

ଘଟଣା ଅନୁଯାୟୀ ସାଂସଦ ଶକ୍ତି ନଗରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆସିଥିବାବେଳେ ବାସ୍କେଟବଲ କୋର୍ଟଠାରେ ଖେଳାଳିଙ୍କୁ ଭେଟିଥିଲେ । ଖେଳାଳିଙ୍କୁ ଦେଖିବା ପରେ ସେ ମଧ୍ୟ ଖେଳିବା ପାଇଁ ଚେଷ୍ଟା କରିଥିଲେ । ସେ ବାସ୍କେଟବଲ ଖେଳିବା ସହ ସଫଳ ଗୋଲ ମଧ୍ୟ କରିଥିଲେ । ସାଧ୍ୱୀଙ୍କ ଏହି ଭିଡିଓକୁ କଂଗ୍ରେସ ନେତା ନରେନ୍ଦ୍ର ସାଲୁଜା ଏକ ଟ୍ୱିଟ କରିଛନ୍ତି । ସାଧ୍ୱୀଙ୍କୁ ବାସ୍କେଟବଲ ଖେଳୁଥିବାର ଦେଖି ଖୁବ ଖୁସି ଲାଗିଲା ଏବଂ ତାଙ୍କର ଆରୋଗ୍ୟ କାମନା କରୁଛି ବୋଲି ସାଲୁଜା ଲେଖିଛନ୍ତି ।

Get real time updates directly on you device, subscribe now.