fbpx

ଏହି ରାଜ୍ୟରେ ଲକଡାଉନ୍ କୋହଳ; ହଟିଲା ନାଇଟ୍ କର୍ଫ୍ୟୁ

ବେଙ୍ଗାଲୁରୁ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତକଙ୍କମ ସଂଖ୍ୟା ୪ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏପରି ସମୟରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବରେ କରୋନା କଟକଣାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ରାଜ୍ୟରେ ଲକଡାଉନ ନିୟମ କୋହଳ କରିବା ପାଇଁ ଘୋଷଣା କରାଯାଇଛି ।
ରବିବାର ଲକଡାଉନ ଅବଧି ଶେଷ ହେଉଥିବା ବେଳେ ସୋମବାର ଠାରୁ ନାଇଟ୍ କର୍ଫ୍ୟୁ ହଟାଇଛନ୍ତି ସରକାର । ପୂର୍ବରୁ ରାତି ୯ଟାରୁ ୫ଟା ଯାଏଁ ନାଇଟ କର୍ଫ୍ୟୁର ସମୟ ରହିଥିଲା । ଏହା ସହିତ ଥିଏଟର, ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ, ଦୋକାନ ଏବଂ ଅଫିସକୁ କରୋନା କଟକଣା ସହିତ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱିମିଂ ପୁଲ, ସ୍ପୋର୍ଟସ କମ୍ପେ୍ଲକ୍ସ ଏବଂ ଷ୍ଟାଡିୟମରେ ଅଭ୍ୟାସ ଅନୁମତି ମିଳିଥିବା ବେଳେ ଦର୍ଶକଙ୍କୁ ଅନୁମତି ଦିଆଯାଇନାହିଁ । ତେବେ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।

Get real time updates directly on you device, subscribe now.