fbpx

ଖୁସି ଖବର: ଡେଲଟା ଭାରିଆଣ୍ଟରୁ ସୁରକ୍ଷା ଦେବ ଏହି ଟିକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟକୁ ନେଇ ଆସିଛି ନୂଆ ଖବର । ଶନିବାର ଆଇସିଏମଆର ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ କରୋନା ଟିକା ଡେଲଟା ଭାଇରସକୁ ହରାଇବାରେ ସକ୍ଷମ । ଯଦି ଆପଣ ଗୋଟିଏ ଡୋଜର କରୋନା ଟିକା ନେଇଛନ୍ତି ତେବେ ଆପଣ ଡେଲଟା ଭାଇରସରୁ ସୁରକ୍ଷିତ ଅଛନ୍ତି ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।

କରୋନା ଭୂତାଣୁର ସାଧାରଣ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାଇରସ୍ ଅଧିକ ବିପଜ୍ଜନକ । ତେବେ ଯେ କୌଣସି କମ୍ପାନୀର କରୋନା ଟିକା ନେଇଥିଲେ ଆପଣଙ୍କ ଶରୀର ଡେଲଟା ଭାଇରସର ମୁକାବିଲା କରିବାରେ ଅଧିକ ସକ୍ଷମ ବୋଲି ଆଇସିଏମଆର କହିଛି । ଆଗୁଆ ଟିକା ନେଇଯାଇଥିବା ବ୍ୟକ୍ତି ଡେଲଟା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି ତେବେ ଏହା ଏତେଟା ବିପଜ୍ଜନକ ନୁହେଁ ବୋଲି କୁହାଯାଇଛି । ଦୁଇଟି ଡୋଜର ଟିକା ଅଧିକ ଫଳପ୍ରଦ ହୋଇଥିବା ବେଳେ ଗୋଟିଏ ଡୋଜର ଟିକା ମଧ୍ୟ ଡେଲଟା ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ନିକଟରେ ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭାକ୍ସିନ୍ କରୋନାର ୪ ଭାରିଆଣ୍ଟ ମୁକାବିଲାରେ ସଫଳ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.