fbpx

ସେନା ଗୁଳିରେ ଟଳିଲେ ୨୦ ଆତଙ୍କୀ

ନୂଆଦିଲ୍ଳୀ: ଶନିବାର ସେନା ଗୁଳିରେ ଟଳି ପଡିଛନ୍ତି ୨୦ ତାଲିବାନ ଆତଙ୍କୀ । ସେନା ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ୩ ଜଣ ଆଫଗାନୀ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଆଫଗାନିସ୍ତାନର ବଦାକ୍ଷାନ ପ୍ରଦେଶରେ ବିଗତ ୨୪ ଘଣ୍ଟା ଧରି ସେନା ଓ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ନେଇ କ୍ୟାପଟେନ୍ ଅବଦୁଲ ରଜାକ ସୂଚନା ଦେଇଛନ୍ତି ।

ବଦାକ୍ଷାନରେ ଆତଙ୍କୀ ମାନେ ଥିବା ନେଇ ଖବର ପାଇ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ଏହା ସହିତ ଆତଙ୍କୀଙ୍କ ନିୟନ୍ତ୍ରଣରେ ରହିଥିବା କିଛି ସହରକୁ ମଧ୍ୟ ମୁକ୍ତ କରାଯାଇଛି । ଏନକାଉଣ୍ଟରେ ୨୦ ଆତଙ୍କୀ ନିପାତ ହୋଇଥିବା ବେଳେ ୩ ଜଣ ଯବାନ ଶହୀଦ ହୋଇଛନ୍ତି । ବିଗତ କିଛି ସପ୍ତାହ ଧରି ଆଫଗାନିସ୍ତାନରେ ଆତଙ୍କୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ବିଭିନ୍ନ ପ୍ରଦେଶକୁ କବଜା କରି ରଖିଥିବା ଆତଙ୍କୀ ମାନେ ବିଗତ ୨୪ ଘଣ୍ଟା ମଧ୍ୟରେ ବଦାକ୍ଷାନ ଜିଲ୍ଲାର ଟାଗାବ, କିଶିମ, ଟାଶ୍କାନ ଓ ଶେହର ଏ ବୁଜର୍ଗକୁ ଅଧିକାର କରି ନେଇଥିଲେ । ତେବେ ଆତଙ୍କୀ ମାନେ ସହର ଅକ୍ତିଆର କରିଥିବା ଖବରକୁ ବଦାକ୍ଷାନ ସରକାରଙ୍କ ମୁଖପାତ୍ର ନିକ ମହମ୍ମଦ ନଜାରି ଅସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.