fbpx
BSKY
BJD SHG SKY
BJD MC SKY

ଧର୍ମାନ୍ତୀକରଣ ମାମଲା: ବିଦେଶୀ ଅର୍ଥର ଚେର ଖୋଜୁଛି ଇଡି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଳପୂର୍ବକ କରାଯାଉଥିବା ଏକ ଧର୍ମାନ୍ତୀକରଣ ମାମଲାରେ ଅର୍ଥ ହେରଫେର ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲୀ୍ଲ ଏବଂ ଉତ୍ତର ପ୍ରଦେଶ ସମେତ ୬ଟିସ୍ଥାନରେ ଚଢା଼ଉ ଜାରି ରଖିଛି । ଏହି ମାମଲାରରେ ୟୁପି ପୋଲିସର ଆଣ୍ଟି ଟେରେରିଷ୍ଟ ସ୍କ୍ୱାଡ ମଧ୍ୟ ଏକ ମାମଲା ରୁଜୁ କରିବା ସହିତ ଉମର ଗୌତମ ଏବଂ ମୁଫତୀ କାଜି ଜାହାଙ୍ଗୀର କାସ୍ମୀ ସମେତ ଛଅ ଜଣକୁ ଗିରଫ କରିଛି ।

ଜୁନ ୨୫ ଉମର ଗୌତମ ଏବଂ ମୁଫତୀ କାଜି ଜାହାଙ୍ଗୀର କାସ୍ମୀଙ୍କ ନାମରେ ମନି ଲଣ୍ଡ୍ରଂ ଆକ୍ଟ ଅନୁଯାୟୀ ଏକ ମାମଲା ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ । ଦୁହେଁ ଦେଶର ଅଧିକାଂଶ ସ୍ଥାନରେ ସେମାନଙ୍କର ରାକେଟ ଚଳାଇଥିଲେ । ତେବେ ଉତ୍ତର ପ୍ରଦେଶ ଏଟିଏସ୍ ଦ୍ୱାରା ଗିରଫ ପରେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଉମର ଗୌତମ ଏବଂ ଫତିମା ଅବୈଧ ଭାବରେ ଚାରିଟେବୁଲ ଟ୍ରଷ୍ଟ ନାଁରେ ଅନେକ ବିଦେଶୀ ପୁଞ୍ଜି ଆଣୁଥିଲେ । ଅଲ ହସନ ଏଜୁକେସନ ଆଣ୍ଡ ୱେଲଫେୟାର ନାମକ ସଂସ୍ଥାର ଭାଇସ ପ୍ରେସିଡେଣ୍ଟ ଭାବରେ ଉମର ଗୌତମ ଏହି କାମ କରୁଥିଲା ।

ସର୍ଚ୍ଚ ସମୟରେ ସେମାନେ ସକ୍ରିୟ ଭାବରେ ଧର୍ମାନ୍ତୀକରଣରେ ଜଡ଼ିତ ଥିବା ଜଣାପଡ଼ିଥିଲା । ସେମାନଙ୍କ ନିକଟରୁ ବିଦେଶୀ ପୁଞ୍ଜି ମଧ୍ୟ ମିଳିଥିବା ନେଇ ଇଡି ତରଫରୁ କୁହାଯାଇଛି । ଏହା ସହ ଆହୁରି ତଦନ୍ତ ଚାଲିଥିବା ନେଇ ମଧ୍ୟ କୁହାଯାଇଛି । ଉତ୍ତର ପ୍ରଦେଶ ଆଣ୍ଟି ଟେରେରିଷ୍ଟ ସ୍କ୍ୱାର୍ଡ କହିଛି ଏମାନେ ପ୍ରାୟ ୧୦୦୦ ଲୋକଙ୍କୁ ଟଙ୍କା, ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଇସଲାମ ଧର୍ମରେ ସାମିଲ କରିଥିଲେ ।

ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବା ସହ ଆସୁଥିବା ବିଦେଶୀ ଅର୍ଥ ବିଷୟରେ ଅଧିକ ଖୋଳତାଡ଼ କରୁଛି ଇଡି ।

Get real time updates directly on you device, subscribe now.