fbpx

ମନ୍ତ୍ରୀପଦ ଛାଡ଼ିବେ ବିଜେପି ସାଂସଦ ସୁରେଶ ଗୋପୀ! ଶପଥ ପରେ ଆଜି ଏଭଳି କାରଣ ଦେଲେ ଅଭିନେତା

Advertisement

ନୂଆଦିଲ୍ଲୀ: କେରଳର ପ୍ରଥମ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ଅଭିନେତା ତଥା ରାଜନେତା ସରେଶ ଗୋପୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସୁରେଶ ମଧ୍ୟ ରାଷ୍ଟ୍ରପତି ଭବନରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ରାତି ପାହିବା ପରେ ଆଜି ସେ ମନ୍ତ୍ରୀପଦରୁ ଓହରିଯିବା ପାଇଁ ଚିନ୍ତା କରୁଛନ୍ତି । ଏହି ପଦ ସେ ମାଗି ନଥିବା ବେଳେ ଖୁବଶୀଘ୍ର ଏଥିରୁ ମୁକ୍ତି ଦିଆଯିବ ବୋଲି ଆଶା ରଖିଛନ୍ତି ସାଂସଦ ସୁରେଶ ଗୋପୀ । ଏ ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ତେବେ ରାଷ୍ଟ୍ରପତି ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ବର୍ତ୍ତମାନ ସେ ଏହି ପଦ ଛାଡ଼ିବାର ସମ୍ଭାବନା ଦେଖା ଦେଇଛି । ଏହାର କାରଣ ବିଷୟରେ ସୁରେଶ କହିଛନ୍ତି ଯେ, ସେ କିଛି ଫିଲ୍ମ ସାଇନ୍ କରିଛନ୍ତି ଏବଂ ଏସବୁ ଫିଲ୍ମ ସେ କରିବାକୁ ଇଚ୍ଛୁକ ଅଛନ୍ତି । ତେବେ ତ୍ରିଶୁରର ମୁଖ୍ୟମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିବେ । କେରଳ ତ୍ରିଶୁର ଲୋକସଭା ଆସନରୁ ନିର୍ବାଚନ ଲଢି ପ୍ରଥମ ବିଜେପି ସାଂସଦ ଭାବରେ ବିଜୟୀ ହୋଇଥିବା ବେଳେ ଏକ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ସୁରେଶ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲୋକସଭା ପ୍ରାର୍ଥୀ ଭିଏସ ସୁନୀଲ କୁମାରଙ୍କୁ ୭୪,୬୮୬ ଭୋଟରେ ପରାସ୍ତ କରିବାରେ ସଫଳ ହୋଇଛନ୍ତି ସୁରେଶ ।

ମନ୍ତ୍ରୀପଦ ଛାଡ଼ିବା ନେଇ ସୁରେଶ କହିଛନ୍ତି ଯେ, ସାଂସଦ ଭାବରେ କାମ କରିବା ମୋର ଲକ୍ଷ୍ୟ । ମୁଁ କିଛି ମାଗିନାହିଁ, ମୁଁ କହିଥିଲି ଯେ ମୋତେ ଏହି ପଦର ଆବଶ୍ୟକତା ନାହିଁ । ମୋତେ ଲାଗୁଛି ମୁଁ ବହୁତ ଶୀଘ୍ର ଏହି ପଦରୁ ମୁକ୍ତ ହୋଇଯିବି । ତ୍ରିଶୁରର ଭୋଟରଙ୍କୁ ନେଇ କୌଣସି ସମସ୍ୟା ନାହିଁ । ଜଣେ ସାଂସଦ ଭାବରେ ମୁଁ ସେମାନଙ୍କ ପାଇଁପ୍ରକୃତରେ କିଛି କାମ କରିବି । ତେବେ ମୋଦୀ କ୍ୟବିନେଟରେ କିଛି ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.