fbpx

BJP ନା Congress… Exit Pollରେ ଆଗରେ ରହିଛି ଏହି ଦଳ: ହରିୟାଣାରେ କିଏ ଗଢିବ ସରକାର? କାହା ସପକ୍ଷରେ ଜନତା?

ଓଡ଼ିଶା ଭାସ୍କର: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇସାରିଛି । ବର୍ତ୍ତମାନ ଏଗଜିଟ ପୋଲ୍ ଉପରେ ରହିଛି ସମସ୍ତଙ୍କ ନଜର । ଜନତାଙ୍କ ମତଦାନ ପରେ ବର୍ତ୍ତମାନ ଭୋଟ ବାକ୍ସରେ ବନ୍ଦ ରହିଛଇ ପ୍ରାର୍ଥୀଙ୍କ ଭାଗ୍ୟ । ହରିୟାଣାରେ କିଏ ଗଢିବ ସରକାର? କାହାକୁ ବାଛିଛନ୍ତି ଜନତା? ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିବ । କିନ୍ତୁ ଏହାପୂର୍ବରୁ ଏଗଜିଟ ପୋଲ୍ ସମସ୍ତଙ୍କୁ ଚମକାଇ ଦେଇଛି । ଜନତା ପୁଣିଥରେ ପୁରୁଣା ଦଳକୁ କ୍ଷମତା ହସ୍ତାନ୍ତର କରିବାକୁ ଚିନ୍ତା କରୁଥିବା ଏଗଜିଟ ପୋଲ୍ ସଂକେତ ଦେଇଛି ।

ଆଜି ହରିୟାଣାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିବା ପରେ ଏଗଜିଟ ପୋଲ୍ ଜାରି ହେଉଛି । ଏହି ଏଗଜିଟ ପୋଲ୍ ଅନୁସାରେ, ହରିୟାଣାରେ ପୁଣିଥରେ କଂଗ୍ରେସ ସତ୍ତା ଗଢିବ ବୋଲି ଆଶା କରାଯାଉଛି । ବହୁମତ ଦେଇ କଂଗ୍ରେସକୁ ଜନତା ପୁଣିଥରେ ସରକାର ଗଢିବା ପାଇଁ ବାଛିଥିବା କହୁଛି ଏଗଜିଟ ପୋଲ୍ । ପିପଲ୍ସ ପଲ୍ସ ତରପରୁ ଜାରି ହୋଇଥିବା ଏଗଜିଟ ପୋଲ୍ ରିପୋର୍ଟ ଅନୁସାରେ, କଂଗ୍ରେସକୁ ଏଠାରେ ପୂର୍ଣ୍ଣ ବହୁମତ ମିଳିପାରିଛି । ଏହି ସର୍ଭେ ମୁତାବକ, କଂଗ୍ରେସ ପାର୍ଟି ୫୫ଟି ସିଟ୍ ଅକ୍ତିଆର କରି ପୁଣିଥରେ ସତ୍ତାକୁ ଫେରିପାରେ । ଏହାବ୍ୟତୀତ ବିଜେପିକୁ ମାତ୍ର ୨୬ଟି ସିଟ୍ ମିଳିଥିବା ବେଳେ ଜେଜେପିକୁ ୦-୧ ଏବଂ ଆଇଏନଏଲଡିକୁ ୨-୩ ସିଟ୍ ମିଳିପାରେ ।

ସେହିପରି ରିପବ୍ଲିକର ଏଗଜିଟ ପୋଲ୍ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି । ଏହି ରିପୋର୍ଟ ଅନୁସାରେ, ଆମ୍ ଆଦମୀ ପାର୍ଟି କୌଣସି ସିଟ୍ ଦଖଲ କରିବାରେ ବିଫଳ ହୋଇପାରେ । ତେବେ ବିଜେପି ହରିୟାଣାରେ ୧୮-୨୪ ସିଟ୍ ଉପରେ ଅକ୍ତିଆର କରିବ ବୋଲି କହୁଛି ଏହି ଏଗଜିଟ ପୋଲ୍ । ଏହାବ୍ୟତୀତ ଇନେଲୋ ଏବଂ ବସପା ଗଠବନ୍ଧନକୁ ୩୦୬ଟି ସିଟ୍ ମିଳିପାରେ । ତେବେ ହରିୟାଣାର ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣିଥରେ ସତ୍ତାକୁ କମବ୍ୟାକ କରିବ ବୋଲି ରିପବ୍ଲିକର ଏଗଜିଟ ଦୃଢତା ପ୍ରକାଶ କରୁଛି । କଂଗ୍ରେସ ଏହି ମତଦାନରେ ପ୍ରାୟ ୫୫-୬୨ଟି ସିଟ୍ ନିଜ କରି ପୁଣିଥରେ ସରକାର ଗଢିବ ବୋଲି ରିପୋର୍ଟରେ କୁହାଯାଇଛି ।

ଚଳିତବର୍ଷ ସନ୍ଧ୍ୟା ୬ଯା ସୁଦ୍ଧା ହରିୟାଣାରେ ମୋଟ ୬୫% ମତଦାନ ହୋଇଥିବା ରେକର୍ଡ କରାଯାଇଛି । ମେୱାତ ଅଞ୍ଚଳରେ ସର୍ବାଧିକ ୬୮.୨୮% ଭୋଟିଂ ହୋଇଥିବା ବେଳେ ଗୁଡ଼ଗାଓଁରେ ୪୯.୯୭% ମତଦାନ ରେକର୍ଡ ହୋଇଛି । ତେବେ ଏହି ନିର୍ବାଚନରେ ଜନତା କାହାକୁ ବହୁମତ ଦେଇଛନ୍ତି, ତାହା ଦେଖିବାକୁ ବାକି ରହିଲା । ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହରିୟାଣାରେ ସରକାର ଗଢିବ କିଏ? କଂଗ୍ରେସ କରିବ କମବ୍ୟାକ? ନା ବାଜି ମାରିବ ବିଜେପି? ଆସନ୍ତା ୮ ତାରିଖରେ ଏହାର ଫଳାଫଳ ସମାନାକୁ ଆସିବ ।

Get real time updates directly on you device, subscribe now.