fbpx

ୟଶ ମୁକାବିଲା ପାଇଁ ବିଜେପିର ପ୍ରସ୍ତୁତି, ଗଢ଼ିଲା ସମନ୍ୱୟ କମିଟି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ପୂର୍ବାହ୍ଣ  ୯ଟାରୁ ବାତ୍ୟା ସ୍ଥଳଭାଗ ଛୁଇଁଥିବାବେଳେ ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ତାଣ୍ଡବ ରଚିବ ବୋଲି ଜଣାପଡ଼ିଛି । ଏଥିପାଇଁ ସରକାରୀସ୍ତରରେ ସମସ୍ତ ପ୍ରକାର ମୁକାବିଲା ପ୍ରସ୍ତୁତି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ପୂର୍ଣ୍ଣ ସଜାଗ ରହିଛନ୍ତି । ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । ରାଜ୍ୟସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଛି । ସେହିପରି ୧୨ଟି ଜିଲ୍ଲାରେ ମଧ୍ୟ ଦଳ ଗଢ଼ିଛି କମିଟି।

ସୂଚନା ଅନୁସାରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କୁ ଏଭଳି କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି । ଗଠିତ କମିଟି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ସହଯୋଗ କରିବ ବୋଲି ଜଣାପଡ଼ିଛି ।

ରାଜ୍ୟସ୍ତରୀୟ କମିଟିରେ ୫ ଜଣିଆ ସଦସ୍ୟ ରହିଥିବାବେଳେ ଜିଲ୍ଲାସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି । ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ସମେତ ବାତ୍ୟା ୟଶ ଦ୍ୱାରା ଅଧିକ ପ୍ରଭାବିତ ରହିଥିବା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ବିଜେପି କମିଟି ଗଠନ କରିଥିବା ଜଣାପଡ଼ିଛି । ରାଜ୍ୟ ସଭାପତି ସମୀର ମହାନ୍ତି  ରାଜ୍ୟସ୍ତରରେ ନେତୃତ୍ୱ ନେଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.