ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ଆଚାର୍ଯ୍ୟ । ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି ।
ଆଚାର୍ଯ୍ୟ ଗୃହରେ କହିଛନ୍ତି, ଯେତେ ବେଳେ ୧୯୮୦ ମସିହାରେ ସରକାର ବକ୍ସାଇଟ ଖନନ ପାଇଁ ଅନୁମତି ଦେଇଥିଲେ ସେତେ ବେଳେ ଜନ ଆନ୍ଦୋଳନ ହୋଇଥିଲା । ତେଣୁ ତତ୍କାଳୀନ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ । ପୁଣି ଏ ସରକାର ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି । ଭାରତ ବର୍ଷକୁ ବିଶ୍ୱରେ ନିନ୍ଦିତ କରୁଥିବା କମ୍ପାନୀଙ୍କୁ ଟେକି ଦେବାକୁ ଯାଉଛନ୍ତି । ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା ସରକାର ତାହା କରୁନାହାନ୍ତି । ହେଲେ ଜଙ୍ଗଲମୟ ପରିବେଶକୁ ନଷ୍ଟ୍ କରିବାକୁ ଯାଉଛନ୍ତି । ଯାହା ପାଇଁ ଜନ ଆନ୍ଦୋଳନ ହେଲାଣି ଗାଁ ଗାଁ ରେ ବୋଲି ପ୍ରଶ୍ନ କହିଛନ୍ତି ।
ପ୍ରସନ୍ନ ଗୃହରେ ପ୍ରଶ୍ନ କରିଥିଲେ କି, ସରକାରଙ୍କ ଠାରୁ ଅନୁମତି ତାକୁ ଦିଆ ଯାଇଛି କି ଗନ୍ଧମାର୍ଦ୍ଦନକୁ ଆଦାନୀକୁ ଦେବ ଲାଗି? ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର? ତାହାର ସ୍ପଷ୍ଟି କରଣ ଦିଅନ୍ତୁ ସରକାର ବୋଲି କହିଥିଲେ ପ୍ରସନ୍ନ । ଯାହାର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କହିଥିଲେ, ଜମି ଆଦାନୀ କମ୍ପାନୀ କିଣିବା ବିଜେଡି ସରକାରରେ ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବନାହିଁ । ଯଦି କିଛି ହୁଏ ମୁଁ ମଧ୍ୟ ଆପଣମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବି ବୋଲି କହିଥିଲେ କେଭି ।
ଏଥିସହ କମ୍ପାନୀକୁ ପୂର୍ବ ତଥା ବିଜେଡି ସରକାର ଜମି ଟେକି ଦେଇଛି । ତୁମେ ଭୁଲ କରିଛ ତାକୁ ପ୍ରଥମେ ସ୍ୱୀକାର କର ବୋଲି ପ୍ରସନ୍ନଙ୍କୁ ତାଗିଦ କରିବା ସହ ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ ବୋଲି ଗୃହରେ ଦୃଢୋକ୍ତି ପ୍ରକାଶ କରିଥିଲେ କେଭି । କେଭି କହିଥିଲେ, ଏ ଗୃହକୁ ଓ ରାଜ୍ୟବାସୀଙ୍କୁ ମୁଁ ଅବଗତ କରୁଛି କି ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ । ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବ ।