ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ଆଗାମୀ ନିର୍ବାଚନ ପାଇଁ ବିଜେପି ନିକଟରେ ତା’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯଥାକ୍ରମେ ୯୯ ଓ ୨୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଏହା ମଧ୍ୟରେ ଦଳ ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ତୃତୀୟ ପର୍ଯ୍ୟାୟରେ ଦଳ ୨୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାଫଳରେ ଦଳ ବର୍ତ୍ତମାନ ସୁଦ୍ଧା ମୋଟ ୧୪୬ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।
ଏହା ପୂର୍ବରୁ ଗତ ୨୬ ତାରିଖରେ ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିଲା । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ଇତିହାସ ସୃଷ୍ଟି କରୁଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ । ଝାଡ଼ଖଣ୍ଡରେ ନଭେମ୍ବର ୧୩ ପ୍ରଥମ ପର୍ଯ୍ୟାୟ ଓ ୨୦ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଦୁଇ ରାଜ୍ୟରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ ।
भाजपा की केंद्रीय चुनाव समिति ने आगामी महाराष्ट्र विधानसभा चुनाव 2024 के लिए अपनी तृतीय सूची में निम्नलिखित नामों पर स्वीकृति प्रदान की है। pic.twitter.com/CEupQanXi2
— BJP (@BJP4India) October 28, 2024