fbpx

ବିଜୟ ଉତ୍ସବ ପାଳନ କରୁଥିବାରୁ ବିଜେପି ସମର୍ଥଙ୍କୁ ମାଡ଼, ୫ ଗୁରୁତର

Advertisement

ହାଟଡିହି: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ହାଟଡିହି ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ମନାଉଥିଲେ । ଏହି ଉତ୍ସବ ସମୟରେ ସେହି ଗ୍ରାମରେ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ଭିତରେ ମାରପିଟ ହେବାରୁ ୫ ବିଜେପି ଆହତ ହୋଇଥିବାର ଜଣାପଡ଼ିଛି । ଜଣେ କର୍ମୀଙ୍କୁ ତୀର ଦ୍ୱାରା ଆକ୍ରମଣ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କୁ କତାରେ ଆଟାକ କରାଯାଇଛି ।

ସୂଚନାରୁ ପ୍ରକାଶ ଧନୁର୍ଜୟପୁର ଗ୍ରାମରେ ବାଣ ଫୁଟାଇ ବିଜେପି କର୍ମୀ ଉତ୍ସବ ମନାଉଥିଲାବେଳେ କିଛି ଗୋଷ୍ଠୀ କତା ଏବଂ ତୀର ଦ୍ୱାରା ଆକ୍ରମଣ କରିଥିଲେ । ଏଥିରେ ଗାଙ୍ଗୁଲି ବାରୁଆ, ନାରାୟଣ ସାମଲ, ବିଶ୍ୱଜିତ ଜେନା, ଅଶୋକ ଜେନା ଆହତ ହୋଇଛନ୍ତି । ଆହତ ହୋଇଥିବା ବିଜେପି କର୍ମୀଙ୍କ ହାତ, ପିଠି, ବେକରେ ଗଭୀର ଚୋଟ ଲାଗିଛି । ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ଏନେଇ ଆହତ ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିବାରୁ ପୋଲିସ ତଦନ୍ତ କରିଥିଲା ।

ପୋଲିସ କହିବାନୁସାରେ, ବୁଧବାର ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ କରିବା ସମୟରେ ବିଜେପିର ସମର୍ଥକମାନେ ବାଣ ଫୁଟାଇ ସ୍ୱାଗତ କରୁଥିଲେ । ଧନୁର୍ଜୟପୁର ଗ୍ରାମର ଦୁଇ ବ୍ୟକ୍ତି ସିଲାଇ ବିରୁଆ ଓ ତାଙ୍କର ପୁଅ ଏହି ବାଣ ଫୁଟାକୁ ବିରୋଧ କରି ଧସ୍ତାଧସ୍ତି ହୋଇଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଗୋଷ୍ଠୀ ସଂଘର୍ଷ ହୋଇ ରକ୍ତପାତ ହୋଇଥିଲା ।

Get real time updates directly on you device, subscribe now.