ଗାଁ-ଗାଁ ଯାଇ ସରକାରଙ୍କ ସଫଳ ଯୋଜନା ବିଷୟରେ କହିବେ ବିଜେପି କର୍ମକର୍ତ୍ତା

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦୀ ସରକାର ୧୧ ବର୍ଷ ଓ ରାଜ୍ୟ ବିଜେପି ସରକାରଙ୍କୁ ୧ ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ। କେନ୍ଦ୍ର ସରକାରର ୧୧ ବର୍ଷ ଏବଂ ରାଜ୍ୟ ବିଜେପି ସରକାରଙ୍କ ୧ ବର୍ଷର ହିସାବ ଦେବ ବିଜେପି ।

ସେବା ସୁଶାସନ ଓ ଗରିବ କଲ୍ୟାଣ ଏହାକୁ ଆଧାର କରି ଜନତାଙ୍କ ପାଖକୁ ଯିବ ବିଜେପି। ଜୁନ 9 ତାରିଖରୁ ସରକାର ଏବଂ ବିଜେପି ଦଳର କାର୍ଯ୍ୟକର୍ତ୍ତା ମାନେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯକ୍ରମରେ ସାମିଲ ହେବେ।

ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ ବିଜେପି କର୍ମକର୍ତ୍ତା । ସରକାରଙ୍କ ସଫଳ ଯୋଜନା ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ।

ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ତେବେ ଏହା ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳିବାବୁ ବିଜେପି ପ୍ରସ୍ତୁତ ହେଉଛି।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଛନ୍ତି । ଏହାସହ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ମାନେ ଉପସ୍ଥିତ ଅଛନ୍ତି।