fbpx

(Video) ଆକ୍ସନ ମୋଡ଼ରେ ବିଜେପି କର୍ମୀ; ବିଜେଡି ମେୟରଙ୍କୁ ଘେରି ପ୍ରଶ୍ନ ବାଣରେ ଛନ୍ଦିଲେ ବିଜେପି କର୍ପୋରେଟର

Advertisement

କଟକ: (ଓଡ଼ିଶା ଭାସ୍କର) ନିର୍ବାଚନ ଜିତୁ ଜିତୁ ଆକ୍ସନ ମୋଡରେ ବିଜେପି। ସବୁ କର୍ପୋରେଟର ମିଶି ଏକାଠି ହେଲେ ମେୟର ଅଫିସରେ। ଆଗକୁ ଆସୁଛି ବର୍ଷା ଋତୁ ସେଥିପାଇଁ କଟକ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି କାଉନସିଲ୍ ବୈଠକ ବସିଥିଲା। ଏହି ବୈଠକରେ ମେୟରଙ୍କୁ ପ୍ରଶ୍ନବାଣରେ ଘେରିଥିଲେ ବିରୋଧୀ କର୍ପୋରେଟର। ଆଗକୁ ଆସୁଚି ବର୍ଷା ଋତୁ ସେଥିପାଇଁ ସହରର ମୁଖ୍ୟ ଡ୍ରେନ ଗୁଡିକରୁ  ଠିକ୍ ଭାବରେ ପଙ୍କ ଉଦ୍ଧାର ହେଉନି। ଏଥିପାଇଁ  ଜେଇ ଏବଂ ମେୟରଙ୍କୁ ବହୁବାର କହିବା ସତ୍ତ୍ୱେ ମଧ୍ୟ କିଛି ଫଳପ୍ରଦ ହେଉନି ବୋଲି କହିଛନ୍ତି ବିରୋଧୀ କର୍ପୋରେଟର ମାନେ।

ସେଥିପାଇଁ କାଳବୈଶାଖୀ ବର୍ଷାରେ ସହରର ସବୁ ରାସ୍ତା ଏବଂ ଲୋକଙ୍କ ଘରେ ଡ୍ରେନର ମଇଳା ପାଣି ପଶୁଛି। ଏନେଇ ଆମେ ଆଗରୁ ବହୁବାର ମେୟରଙ୍କୁ ଅବଗତ କରାଇଥିଲୁ ହେଲେ ତାହାର କୌଣସି ଉତ୍ତର ଆମକୁ ମିଳି ପାରି ନଥିଲା। ସେହିପରି ଯେତେବେଳେ ଆମେ ଜାଇକା କର୍ମଚାରୀ ମାନଙ୍କ ସହ କଥା ହେଇଥିଲୁ ସେମାନେ କହିଥିଲେ ଯେହେତୁ ଚାରିଆଡ଼େ ବକ୍ସ ଡ୍ରେନ ହୋଇଛି ସେଥିପାଇଁ ପାଣିର ସ୍ତର ଟିକିଏ ଉଚ୍ଚା ରହିବ। ହେଲେ ଆଜି କଟକ ମେୟର ତରବରିଆ ହୋଇ ସହରର ସବୁ ଡ୍ରେନ ଗୁଡିକରେ ପଙ୍କ ଉଦ୍ଧାର ଏବଂ ବର୍ଷା ଋତୁକୁ ଆଖି ଆଗରେ ରଖି ଏକ ସ୍ପେଶାଲ ବୈଠକ କରିଛନ୍ତି।

ବାହାଘର ବେଳେ ବାଇଗଣ ରୋଇବା ଭଳି ସବୁ କାର୍ଯ୍ୟ ସଠିକ୍ ଟାଇମ୍ ରେ ମେୟର ମହାଶୟ କରୁନାହାନ୍ତି ବୋଲି ଦାବୀ କରିଛନ୍ତି ବିରୋଧୀ କର୍ପୋରେଟ ମାନେ। ଅନ୍ୟପଟେ କଟକ ମହାନଗର ନିଗମ ବର୍ଷା ଋତୁ କୁ ଆଖି ଆଗରେ ରଖି କଟକ ସହରର ଡ୍ରେନ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରୁଛି ବୋଲି କହିଛନ୍ତି କଟକ ମେୟର।  କଟକ ମହାନଗର ନିଗମ ସବୁବେଳେ ସହରର ବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି। ଆମେ ବର୍ଷା ଋତୁ ଆସିବା ଆଗରୁ ସହରର ସମସ୍ତ ଡ୍ରେନ ଗୁଡିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ସାରିଦେବୁ। ସେଥିପାଇଁ ସମସ୍ତ ଜାଇକା କର୍ମଚାରୀ ମାନଙ୍କୁ ଡାକିଚୁ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।

 

Get real time updates directly on you device, subscribe now.