fbpx

(Video) ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବା ପଡିଲା ମହଙ୍ଗା, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାସ୍ତା ମଝିରେ କରାଗଲା ହତ୍ୟା

Advertisement

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକରୁ ଆସିଛି । ଏଠାରେ ମଙ୍ଗଲୁରୁ ରାସ୍ତାରେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଉଥିବା ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରାଯାଇ ଜୀବନରୁ ମାରିଦିଆଯାଇଛି । ଆହତ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ତାଙ୍କୁ ବଞ୍ଚାଯାଇପାରିଲାନି । ଏପରି ଅରାଜକତାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଛି । ଏହି ଘଟଣା ସହ ଜଡିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏନଡିଏ ବିଜୟରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ଏହି ସମୟରେ ମଙ୍ଗଲୁରୁରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ରାସ୍ତାରେ ଓହ୍ଲାଇ ଖୁସି ମନାଉଥିଲେ । ହେଲେ କିଛି ଲୋକେ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଛନ୍ତି । ମଙ୍ଗଲୁରୁରେ ବିଜେପି କାର୍ଯ୍ୟକର୍ତ୍ତା ହରୀଶ ଅଞ୍ଚନ ଏବଂ ନନ୍ଦକୁମାର ରାସ୍ତାରେ ଭାରତ ମାତା କି ଜୟ ସ୍ଲୋଗାନ ଦେଉଥିଲେ । ଏହି ସମୟରେ କିଛି ଲୋକେ ଦୁଇ ଜଣଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ । ଏହାପରେ ସେ ଦୁଇ ଜଣ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଗଳି ପଡିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ ଖସିପଳାଇଥିଲେ । ଦୁଇ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ସ୍କୁଟିରେ ଦୁଇ ଯୁବକଙ୍କୁ ଅନେକ ସଂଖ୍ୟାରେ ଲୋକେ ଗୋଡାଉଛନ୍ତି । ସ୍କୁଟିରେ ଯାଉଥିବା ଯୁବକ ଭାରତ ମାତା କି ଜୟର ସ୍ଲୋଗାନ ଦେଉଥିଲେ । ସୂଚନା ମୁତାବକ ରବିବାର ଦିନ ମୋଦୀଙ୍କ ଶପଥ ଗ୍ରହଣ ପାଇଁ ଏହି ଦୁଇ ଯୁବକ ଖୁସି ମନାଉଥିଲେ । ଏହାରି ମଧ୍ୟରେ ଉପସ୍ଥିତ ଥିବା ଲୋକେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.