fbpx

ଭୁବନେଶ୍ୱର ଏକାମ୍ର ସିଟରେ ବିଜେପିର ବିଜୟ, ହାରିଲେ ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ଆଜି ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଚାଲିଛି । ଏହାରି ମଧ୍ୟରେ ଓଡ଼ିଶାର ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସର୍ବମୋଟ ୨୧ଟି ସିଟ୍ ମଧ୍ୟରୁ ୧୯ଟି ଆସନ ବିଜେପି ହାସଲ କରିଥିବା ବେଳେ ୧ଟି ସିଟ୍ ବିଜେଡି ଏବଂ ଅନ୍ୟ ୧ଟି ସିଟରେ କଂଗ୍ରେସ ବିଜୟୀ ହୋଇଛି ।  ବିଧାନସଭା ନିର୍ବାଚନ ୨୦୨୪ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା ହାରିଛନ୍ତି । ଅଶୋକଙ୍କୁ ହରାଇଛନ୍ତି ବିଜେପିର ବାବୁ ସିଂ।

ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନ ପାଇଁ ୧୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରୁ ବିଜେଡିର ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା ୬୭୦୫୭ ଖଣ୍ଡ ଭୋଟ ପାଇଥିବା ବେଳେ ବାବୁ ସିଂ ୭୨,୧୦୭ ଖଣ୍ଡ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି । ଏଥିସହ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ଚମ୍ପାତି ୫ହଜାର ୩୪୨ ଖଣ୍ଡ ଭୋଟ ପାଇଛନ୍ତି ।

Get real time updates directly on you device, subscribe now.