fbpx
BSKY
BJD MC SKY
BJD MS SKY

ଭାରତ ଇତିହାସରେ ଥରେ ମାତ୍ର ହୋଇଛି ‘Black Budget’… ଜାଣନ୍ତୁ କାହିଁକି ହୋଇଥିଲା ଏପରି ସ୍ଥିତି

ନୂଆଦିଲ୍ଲୀ: ୧୯୭୩-୭୪ର ବଜେଟ ଭାରତ ଇତିହାସର ଏକ ସ୍ୱତନ୍ତ୍ର ଏବଂ ନିରାଶଜନକ ବଜେଟ ବୋଲି ଗଣାଯାଏ । ଭାରତ ସରକାର ଉପସ୍ଥାପନ କରିଥିବା ଏହି ବଜେଟକୁ ଭାରତ ଇତିହାସର ‘ବ୍ଲାକ ବଜେଟ’ ବୋଲି ମଧ୍ୟ କୁହାଯାଏ । ଏଥିପାଇଁ ଅନେକ ଗୁଡ଼ିଏ କାରଣ ରହିଛି, ଯାହା ସେହି ଆର୍ଥିକ ବର୍ଷ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଏହିବର୍ଷ ଭାରତରେ ଆର୍ଥିକ ସ୍ଥିତି ଖୁବ ଗମ୍ଭୀର ରହିଥିବା ବେଳେ ସରକାରଙ୍କୁ ବିଶେଷ ଉପାୟର ଆବଶ୍ୟକତା ରହିଥିଲା । ସେହି ସମୟରେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କଠିନ ଏବଂ ସକରାତ୍ମକ ପଦକ୍ଷେପ ଉଠାଇବା ଆବଶ୍ୟକ ପଡ଼ିଥିଲା । ଯାହା ଭାରତକୁ ଏକ ବ୍ଲାକ ବଜେଟ ଉପସ୍ଥାପନ କରିବା ପରିସ୍ଥିତିରେ ପହଞ୍ଚାଇଥିଲା ।

ଯେତେବେଳେ ଆୟ କମିଯାଏ ଏବଂ ଖର୍ଚ୍ଚ ବୃଦ୍ଧି ପାଇଥାଏ, ସେତେବେଳେ ସରକାର ଏହି ବ୍ଲାକ ବଜେଟ୍ ଉପସ୍ଥାପନ କରିଥାନ୍ତି । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ, ଖରାପ ପାଣିପାଗ ଏବଂ ଆର୍ଥିକ ସଂକଟ କାରଣରୁ ଦେଶରେ ବିଭିନ୍ନ ସମସ୍ୟା ଉତ୍ପନ୍ନ ହୋଇଥିଲା । ସେହି ସମୟରେ ଅର୍ଥମନ୍ତ୍ରୀ ଭାବରେ ଯଶୋବନ୍ତ ରାଓ ବି ଚୌହାନଙ୍କ ପାଖରେ ଦେଶ ବିକାଶର ରୂପରେଖ ପ୍ରସ୍ତୁତ କରିବା ଭଳି ଏକ ବଜେଟ ଉପସ୍ଥାପନ କରିବାର ଦାୟିତ୍ୱ ରହିଥିଲା । କିନ୍ତୁ ଏହି ବଜେଟରେ ଏମିତି କିଛି ଯୋଜନା ସାମିଲ ରହିଥିଲା, ଯାହା ସିଧା ସଳଖ ଭାରତର ଆର୍ଥିକ ସୁଧାରକୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହା ସାମାଜିକ ତଥା ଆର୍ଥିକ ରୂପରେ ପ୍ରତିବଦ୍ଧ ଉପାୟକୁ ସମର୍ତନ କରିଥିଲା ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କଠିନ ନିର୍ଣ୍ଣୟ ନେବାକୁ ପ୍ରୟାସ କରିଥିଲେ ।

ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୋବନ୍ତ ରାଓ ବି ଚୌହାନ୍ ବଜେଟ ଭାଷଣରେ କହିଥିଲେ ଯେ, ଦେଶରେ ଶୁଖିଲା କ୍ଷେତ ଏବଂ କମ୍ ଉତ୍ପାଦନ ଯୋଗୁଁ ବଜେଟରେ ୫୫୦ କୋଟି କ୍ଷତି ହୋଇଛି । ତେଣୁ ଏହାକୁ ଦେଶର ‘ବ୍ଲାକ ବଜେଟ’ ବୋଲି କୁହାଯାଇଛି । ତେବେ ଏହି ବଜେଟ ଭାରତ ଇତିହାସରେ ଏକମାତ୍ର ସେହି ବର୍ଷ ହିଁ ପ୍ରସ୍ତୁତ କରାଯାଇଥିଲା । ଏହାପରେ ବିଭିନ୍ନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଯୋଜନାମାନ ପ୍ରସ୍ତୁତ କରାଯାଇଥିଲା ଏବଂ ଦେଶକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ପ୍ରୟାସ କରାଯାଇଥିଲା ।

Get real time updates directly on you device, subscribe now.