fbpx
BJD SKY
BJD SKY

ମୁମ୍ବାଇରେ ବଢୁଛି ‘ବ୍ଲାକ ଫଙ୍ଗସ’ର ବିପଦ, ସଂକ୍ରମଣ ଫଳରେ ବାହାର କରିବାକୁ ପଡିଲା ୩ ଶିଶୁଙ୍କ ଆଖି

BJD

ମୁମ୍ବାଇ : ଦେଶରେ କରୋନା ମହାମାରୀର ସଂକ୍ରମଣ ସଂଖ୍ୟା କମୁଥିଲେ ବି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢାଇଛି । ମୁମ୍ବାଇରେ ବ୍ଲାକ ଫଙ୍ଗସରୁ ରକ୍ଷା କରିବାକୁ ୩ ଛୋଟପିଲାଙ୍କ ଆଖି ବାହାରକରିବାକୁ ପଡିଛି, ଯେଉଁଥିରେ ଏହି ରୋଗର ଭୟାବହତା କେତେ ଅଧିକ ତାହା ଅନୁମାନ କରାଯାଉଛି । ଜଣାପଡିଛି ଯେ, ମହାରାଷ୍ଟ୍ରରେ ୪ରୁ ୧୬ ବର୍ଷର ପିଲାମାନଙ୍କଠାରେ ବ୍ଲାକ ଫଙ୍ଗସ ହେଉଥିବାର ଅଭିଯୋଗ ମିଳୁଥିଲା । ଶିଶୁମାନଙ୍କଠାରେ ବ୍ଲାକ୍ ପଙ୍ଗସ ଏତେ ମାତ୍ରାରେ ବଢୁଥିବା ଦେଖି ଡାକ୍ତରମାନେ ମଧ୍ୟ ଚିନ୍ତିତ ହୋଇଥିଲେ ।

ବ୍ଲାକ ଫଙ୍ଗସ ମାମଲାରେ ଫୋଟିର୍ସ ମେଡିକାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଜେସଲ ଶାହ କହିଛନ୍ତି ଯେ, ‘କରୋନାର ଦ୍ୱିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଶିଶୁ ସଂକ୍ରମଣ ହୋଇଥିଲେ । ସୁସ୍ଥ ହୋଇଥିବା ଅନେକ ଶିଶୁଙ୍କଠାରେ ବ୍ଲାକ ଫଙ୍ଗସ ଦେଖାଯାଉଛି । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ୨ ଶିଶୁଙ୍କ ଠାରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳିଥିଲା । ମେଡିକାଲକୁ ଆସିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ଗୋଟିଏ ଆଖି କଳା ହୋଇଗଲା ।’

ବ୍ଲାକ ଫଙ୍ଗସ ଶିଶୁଙ୍କ ନାକ, ଆଖି ଓ ସାଇନସରେ ବ୍ୟାପିଗଲା, କିନ୍ତୁ ଭାଗ୍ୟବଶତଃ ଏହା ମସ୍ତିଷ୍କରେ ପହଞ୍ଚିନଥିଲା । ୬ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କରିବା ପରେ ଶେଷରେ ଶିଶୁଙ୍କ ଆଖି ବାହାର କରିବାକୁ ପଡିଲା । କରୋନାର ଦ୍ୱିତୀୟ ଲହରରେ ଶିଶୁମାନଙ୍କ ଠାରେ ବ୍ଲାକ ଫଙ୍ଗସ ଦେଖାଦେଉଛି । ଫଳରେ ଏହି ୨ଟି ମାମଲାରେ ଶିଶୁଙ୍କ ଆଖି ବାହାର କରିବାକୁ ପଡିଲା ବୋଲି ଡାକ୍ତର କହିଛନ୍ତି ।

ସେହିପରି କରୋନା ଭାଇରସରେ ସଂକ୍ରମିିତ ୧୪ ଓ ୧୬ ବର୍ଷର ଝିଅଙ୍କ ଠାରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳିଥିଲା । କୋଭିଡ ପରେ ସେମାନଙ୍କ ଠାରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳିଥିଲା ।୧୪ ବର୍ଷୀୟ ଝିଅର ଗୋଟିଏ ଆଖି ବାହାର କରାଯାଇଥିବା ବେଳେ ୧୬ ବର୍ଷୀୟ ଝିଅର ପେଟ ପର୍ଯ୍ୟନ୍ତ ବ୍ଲାକ ଫଙ୍ଗସ ପହଞ୍ଚିଯାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.