fbpx

୭ଟି ରାଜ୍ୟରେ ଶତକ ପାର୍ କରିଛି ତୈଳଦର

ମୁମ୍ବାଇ: ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ୁଥିବାରୁ ଖାଉଟି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଗୋଟେ ପଟେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି । ମୁମ୍ବାଇରେ ଶୁକ୍ରବାର ପେଟ୍ରୋଲ୍ ଦର ଲିଟର୍ ପିଛା ୧୦୩ଟଙ୍କା ପାର୍ କରିଛି । ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ଉଚ୍ଚତର ଦର । ଇଣ୍ଡିଆନ୍ କର୍ପୋରେସନ୍ ର କହିବା ଅନୁସାରେ, ଗୋଟିଏ ଦିନର ବ୍ୟବଧାନରେ ରାଜ୍ୟ ଦ୍ୱାରା ପରିଚାଳିତ ହେଉଥିବା ତୈଳ ମାକେର୍ଟିଂ କମ୍ପାନୀ ମାନଙ୍କ ଦ୍ୱାରା ଜୁନ୍ ୧୮ ତାରିଖରେ ଇନ୍ଧନ ମୁଲ୍ୟରେ ସଂଶୋଧନ ଅଣାଯାଇଛି । ଏହାପରେ ପେଟ୍ରୋଲ ୨୬ରୁ ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ୍ ଦର ୨୮ରୁ ୩୦ ପଇସା ମହଙ୍ଗା ହୋଇଛି ।

ତେବେ ଗତ ମାସର ପ୍ରଥମାର୍ଦ୍ଧରୁ ତୈଳଦର ଲଗାତର ଭାବେ ବଢ଼ିଚାଲିଛି । ଏହିପରି ଭାବରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ତୈଳ ଦର ଶତକ ପାର୍ କରିଛି । ସେଗୁଡ଼ିକ ହେଲା; ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ । ଏଠାରେ ତୈଳଦର ୧୦୦ଟଙ୍କାରୁ ଅଧିକ ହୋଇଯାଇଛି ।

ଭାଲ୍ୟୁ ଆଡ୍ ଟ୍ୟାକ୍ସ ଉପରେ ଆଧାର କରି ବିଭିନ୍ନ ରାଜ୍ୟରେ ଇନ୍ଧନ ମୁଲ୍ୟ ଭିନ୍ନ ଭିନ୍ନ ଥାଏ । ଭାରତରେ ଅଟୋ ଇଞ୍ଜିନ୍ ମୂଲ୍ୟ ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦର, ଟଙ୍କା ଏବଂ ଡଲାର୍ ବିନିମୟ ମୁଲ୍ୟ ଉପରେ ନିର୍ଭର କରେ । ଭାରତୀୟ ତୈଳ ଦର, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଲିମିଟେଡ୍ ତୈଳ ମାକେର୍ଟିଂର ଏହି ହାରକୁ ସଂଶୋଧନ କରିଥାନ୍ତି ।

Get real time updates directly on you device, subscribe now.