fbpx

(Video) ସତ ହେଉଛି ମାଳିକା ବଚନ: ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚିଲ ବସିଛି, ଆସିଲାଣି ପ୍ରଳୟ!

ପୁରୀ: ପୃଥିବୀର ବୟସ ଏବଂ ଏହାର ଧ୍ୱଂସ ପାଇବା ସମୟକୁ ନେଇ ମାଳିକାରେ ବହୁ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଅନେକ ପ୍ରକାରର ଅଘଟଣ ଘଟିବ ବୋଲି ମାଳିକାରେ କହି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ବାଇଶି ପାହାଚରେ ମୀନ ଖେଳିବା ହେଉ କି ପଶୁପକ୍ଷୀ ଜଙ୍ଗଲ ଛାହି ମାନବ ସମାଜ ଆଡକୁ ମୁହାଁଇବା ହେଉ ଅବା ସାତ ଦିନ ସାତ ରାତି ଅନ୍ଧାର ହେବା ଭଳି ଅନେକ କଥା ସେ ମାଳିକାରେ କହି ଯାଇଛନ୍ତି । ଏହା ଭିତରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚିଲ ବସିବା କଥା ମଧ୍ୟ ସେ କହିଥିଲେ । ଯାହା ପ୍ରାୟତଃ ଧିରେ ଧିରେ ସତ ହେବାରେ ଲାଗିଛି ।

ମାଳିକାରେ ଯେପରି କୁହାଯାଇଥିଲା, ଆଜି ଠିକ ସେହିପରି ଘଟି ଚାଲିଛି । ମାଳିକା ବଚନର ପ୍ରତ୍ୟେକଟି କଥା ଅକ୍ଷରେ ଅକ୍ଷରେ ସତ ହେବାକୁ ଯାଉଛି । ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଆଜି ଏକ ଚିଲ ବସିଥିବାର ଦେଖାଯାଇଛି । ଏହି ଘଟଣାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଭୟ ବସା ବାନ୍ଧିଲାଣି । ଶ୍ରୀମନ୍ଦିରର ନୀଳଚକ୍ର ଉପରେଚିଲ ବସିବା କେଉଁ ବଡ ବିପତ୍ତିର ଏକ ସଂକେତ ନୁହେଁ ତ? ଚିଲକୁ ଅନେକ ସ୍ଥାନରେ ଅଶୁଭ ବୋଲି କୁହାଯାଏ । କିନ୍ତୁ ଶ୍ରୀମନ୍ଦିରର ପବିତ୍ର ନୀଳଚକ୍ର ଉପରେ ଚିଲ ବସିବା ଘଟଣା ମନରେ ଅନେକ ପାପ ଭାବନା ଭରି ଦେଉଛି । ତେବେ କ’ଣ ସତରେ ପୃଥିବୀ ଆଡକୁ ମାଡ଼ି ଆସୁଛି କି କିଛି ବଡ଼ ବିପତ୍ତି ?

କାରଣ ପୂର୍ବରୁ ମଧ୍ୟ ଶ୍ରୀମନ୍ଦୀରର ନିଳଚକ୍ର ଉପରେ ଚିଲ ଉଡ଼ିଥିଲା । ଏହାପରେ ଓଡିଶାରେ ଦୁଇଟି ବିଶାଳ ଟ୍ରେନ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଶହ ଶହ ଜୀବନ ଅକାଳରେ ଚାଲିଯାଇଛି । ଏହାପରେ ଆଜି ପୁଣି ନୀଳଚକ୍ରରେ ଚିଲ ବସିବା ଘଟଣା କିଛି ବପଦ ଆସୁଥିବାର ସତର୍କ ସୁଚନା ବୋଲି ଆଶଙ୍କା କରୁଛନ୍ତି ଲୋକେ । ତେବେ ଆଜି ଏଭଳି ପୁଣି ଥରେ ନୀଳଚକ୍ର ଉପରେ ଚିଲ ବସିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସମସ୍ତେ ପୁଣି ଭୟଭୀତ ହୋଇ ଯାଇଛନ୍ତି ।

Get real time updates directly on you device, subscribe now.